ଅଶୋକ ଭୋଇ ନୂତନ ଅତିରିକ୍ତ ଜିଲ୍ଲାପାଳ

add-all

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ନୂତନ ଭାବେ ଅତିରିକ୍ତ ଜିଲ୍ଲାପାଳ ଆଜି ଦାୟିତ୍ଵ ଗ୍ରହଣ କରିଛନ୍ତି ଅଶୋକ କୁମାର ଭୋଇ। ଶ୍ରି ଭୋଇ ଏଥି ପୂର୍ବରୁ ସୋନପୁର ଜିଲ୍ଲା ରବୀରମହାରାଜପୁରର ଠାରେ ଉପଜିଲ୍ଲାପାଳ ଭାବେ ନିଷ୍ଠା ଓ ଆନ୍ତରିକତା ସହ କାର୍ଯ୍ୟ କରି ବେଶ୍ ପ୍ରଶଂସିତ ହେବା ସହ ସମସ୍ତଙ୍କର ପ୍ରିୟଭାଜନ ହୋଇ ପାରିଥିଲେ lପଦୋନ୍ନତି ପାଇ ଅତିରିକ୍ତ ଜିଲ୍ଲାପାଳ ଭାବେ ଦାୟିତ୍ୱ ନେବା ପରେ କନ୍ଧମାଳ ଜିଲ୍ଲାର ରହିଥିବା ବିଭିନ୍ନ ସମସ୍ୟା ପ୍ରତି ଅଧିକ ଧ୍ୟାନ ଦେବେ ବୋଲି କହିଥିଲେ। କନ୍ଧମାଳ ଜିଲ୍ଲା ହେଉଛି ଏକ ଶାନ୍ତିପୂର୍ଣ୍ଣ ଜିଲ୍ଲା। ଏଠାକାର ଅଧିବାସୀମାନେ ବହୁତ ସରଳ। ତେଣୁ ସମସ୍ତ ଙ୍କ ସହଯୋଗରେ ଜିଲ୍ଲା ରେ ରହିଥିବା ସମସ୍ୟା ର ସମାଧାନ ହୋଇପାରିବ ବୋଲି ସେ କହିଥିଲେ। ଏଥି ପୂର୍ବରୁ ଥିବା ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ଅଗଷ୍ଟ୍ ମାସରେ ଅବସର ଗ୍ରହଣ କରିଥିଲେ l

ad-week
Leave A Reply

Your email address will not be published.