
ଉମରକୋଟ (୧୭/୦୮/୨୦୨୩ ) ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ନିର୍ଦେଶକ୍ରମେ ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ପାଲିଆ ପଞ୍ଚାୟତ ସଦର ମହକୁମା ସ୍ଥିତ ସରକାରୀ ଆଶ୍ରମ ବିଦ୍ୟାଳୟ ଠାରେ “ଆମେ ଜାଣିବା, ଆମେ ଜିଣିବା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଉକ୍ତ କାର୍ଯ୍ୟକ୍ରମରେ ସେହି ସ୍କୁଲର ପ୍ରଧାନ ଶିକ୍ଷକ ପୁଙ୍ଖାନୁପୁଙ୍କ ସବିସ୍ତାର ସ୍କୁଲର ଛାତ୍ର ଛାତ୍ରୀ ଓ ଅବିଭାବକ ମାନଙ୍କ ବୁଝାଇଥିଲେ l ସରକାର ଦେଶର ଜଣ ସାଧାରଣଙ୍କ ପାଇଁ ମାଲ ମାଲ ଯୋଜନା କରୁଥିବା ସତ୍ତେ ସରକାରର ଯୋଜନା ବିଷୟରେ ସାଧାରଣ ଜନତା ଜଣାରଧନ ନ ଜାଣି ନ ବୁଝି ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି l “ଆମେ ଜାଣିବା, ଆମେ ଜିଣିବା ” କାର୍ଯ୍ୟକ୍ରମ ମାଧ୍ୟମରେ ସରକାର ରାଜ୍ୟର ସମସ୍ତ ପିତା ମାତା ଅଭିଭାବକ ତଥା ଜଣସାଧାରଣଙ୍କ ପ୍ରେରଣ ବାର୍ତା ଦେଇ ସଚେତନ କରିବା ହେଉଛି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ବଳି ପାଳିଆ ବିଧ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଯୁକ୍ତ ନବୀନ ହରିଜନ ବୁଝାଇଥିଲେ l ତା ଛଡା ପ୍ରତିଟି ପିଲା ସ୍ୱତନ୍ତ୍ର ଏ କଥା ପ୍ରତ୍ୟକ ପିତା ମାତା ଅଭିଭାବକ ଭଲ ଭାବରେ ବୁଝିବା ଓ ଜାଣିବା ଦରକାର, ନିଜ ନିଜ ପିଲାଙ୍କୁ ଅନ୍ୟ ସହ ତୁଳନା ନ କରି ତାର ମାନସିକ ଚାପ ବଡ଼େଇବା ପରିଵର୍ତ୍ତେ ତାର ନିଜସ୍ୱ ପ୍ରତିଭା ବ୍ୟକ୍ତିତ୍ତ୍ୱ ତଥା ସାମଗ୍ରୀକ ବିକାଶ ଉପରେ ସମୁଚିତ ଧ୍ୟାନ ଦେବା ଉଚିତ l ଯେ କୌଣସି ପୁଅ ଝିଅର ଆତ୍ମବିଶ୍ୱାସ ବୃଦ୍ଧି ପାଇଲେ,ସେ ଭବିଷ୍ୟତରେ ତାଙ୍କର ଜୀବନ କାଳ ମଧ୍ୟରେ ଯେ କୌଣସି ପରିସ୍ଥିତିକୁ ଅତି ଦୃଡ଼ତାର ସହିତ ସାମ୍ନା କରି ପାରିବେ ବଳି ସହଜ ସୁନ୍ଦର ଓ ସରଳ ଭାବରେ ଶ୍ରୀ ଯୁକ୍ତ ନବୀନ ହରିଜନ ପ୍ରଧାନ ଶିକ୍ଷକ ସମସ୍ତ ପିତା ମାତା, ଅଭିଭାବକ ଓ ଉପସ୍ଥିତ ସମସ୍ତ ଜ୍ଞାନୀ ଗୁଣି ବୁଦ୍ଧିଜୀବୀ ମାନଙ୍କୁ ଏକ ପ୍ରେରଣା ବାର୍ତା ଦେଇ ଜଣାଇଥିଲେ l ଆଜିର ଏହି “ଆମେ ଜାଣିବା, ଆମେ ଜିଣିବା ” କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଲିଆ ସରପଞ୍ଚ ପ୍ରତିନିଧି ପବିତ୍ର ସାନ୍ତା ମଞ୍ଚାସିନ ରହିଥିବା ବେଳେ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ପାଳିଆ ଆଶ୍ରମ ସ୍କୁଲ ପରିଚାଳନା କମିଟି ର ସଭାପତି ଶୁକଦାସ ଗୌଡ଼, ଏସ ଏମ ସି ସଭ୍ୟ ମହାଦେବ ମାଝୀ, ଆଇ ସି ଡି ଏସ ସୁପରଭାଇଜର ମିଥୁଲା ଦଣ୍ଡସେନା, ବିଜେଡି ଛାତ୍ର ଉପ ସଭାପତି ଅରୁଣ କୁମାର ନାୟକ, ଶିକ୍ଷକ ଶ୍ରୀ ବରୁଣ ଦାସ ପନକା, ସୀତାରାମ ଭୁଏ, ତୁଲାରାମ ସାନ୍ତା ପ୍ରମୁଖ ମଞ୍ଚାସିନ ରହି ଆଲୋକିତ କରି ମଞ୍ଚଟିର ଶୋଭା ବୋଡ଼ାଇଥିଲେ |ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ପ୍ରିୟଲତା ମଣ୍ଡଳ(ମେଟ୍ରେନ ), ଦ୍ରୌପଦୀ ନାୟକ(ରୋଷେୟା ), ବିରିମ ସାନ୍ତା, କୌଶଲ୍ୟା ମାଝୀ, ସୁକାଳୁ ଭତରା ପ୍ରମୁଖ ଉପସ୍ଥିତ ରହିବା ସହିତ,ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ, ସମ୍ୱନ୍ୱିତ ଶିଶୁ ବିକାଶ ପ୍ରକଳ୍ପ, ରାଷ୍ଟ୍ରୀୟ କୃଷି ବିଭାଗ, ମିଶନ ଶକ୍ତି ବିଭାଗ, ସ୍ୱାସ୍ଥ୍ୟ ବିଭାଗୀୟ କର୍ମଚାରୀ ମାନେ ନିମନ୍ତ୍ରୀତ ହୋଇ ଆସିଥିଲେ ଓ ନିଜ ନିଜ ବିଭାଗର କାର୍ଯ୍ୟ ଓ ସେବା ଉପରେ ଜନସାଧାରଣଙ୍କୁ ବୁଝେଇ ଥିଲେ | ଶ୍ରୀ ଯୁକ୍ତ ନବୀନ ହରିଜନ ପ୍ରଧାନ ଶିକ୍ଷକ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ ଅନ୍ତେ ” ଆମେ ଜାଣିବା, ଆମେ ଜିଣିବା ” କାର୍ଯ୍ୟକ୍ରମଟି ସମାପ୍ତ କରିଥିଲେ l ( ଉମରକୋଟ, ରସିକ ସରକାର )