ମାଲକାନଗିରି ଦୈନିକ ବଜାରରେ ପାଗଳ କୁକୁର ଆତଙ୍କ : ଲୋକଙ୍କ କକୁଆ ଭୟ…

add-all

ମାଲକାନଗିରି : ଆଦିମ ଯୁଗରୁ ମଣିଷର ସହଚର ଭାବେ ଜଙ୍ଗଲୀ ଜନ୍ତୁ କୁକୁର ସଦା ସର୍ବଦା ବନ୍ଧୁ ଭାବେ ପରିଗଣିତ ହୋଇଆସୁଅଛି l କିନ୍ତୁ କୁକୁର ବେଳେ ବେଳେ ଏହି ଜନ୍ତୁ ମଣିଷ ଶତ୍ରୁ ସାଜିଥିବା ନଜର ରହିଛି l ଏହି ଭଳି ଘଟଣା ଘଟି ଯାଇଛି ମାଲକାନଗିରି ସଦର ମହକୁମା ଦୈନିକ ବଜାରରେ l ଆଜି ଭୋର ସମୟରେ ମାଲକାନଗିରି ସହର ବାହାରୁ ଏକ ପାଗଳ କୁକୁର ଦୈନିକ ବଜାର ଭିତରେ ପ୍ରବେଶ କରି ବଜାର ଭିତରେ ଶୋଇଥିବା ତ୍ରିନାଥ ଜାନି ନାମକ ଯୁବକକୁ କାମୁଡି ଥିଲା, ଯୁବକ ଜଣଙ୍କ ସ୍ଥାନୀୟ ମାଂସ ଦୋକାନରେ କାର୍ଯ୍ୟ କରୁଥିବା ଜଣାପଡିଛି l ଏହା ସହିତ ପରିବା ମାର୍କେଟରେ ଅନ୍ୟ ଗ୍ରାହକ ଓ ଦୋକାନୀମାନଙ୍କୁ କାମୁଡିବାକୁ ଗୋଡ଼ାଇ ଥିଲା ଭୟରେ ସମସ୍ତେ ଇତସ୍ତତ ଭାବେ ଦୌଡ଼ିବାକୁ ଲାଗିଥିବା ବେଳେ ସେମାନଙ୍କ ମଧ୍ୟରୁ ଚାରିପାଞ୍ଚ ଜଣକୁ ପାଗଳ କୁକୁରଟି କାମୁଡି ଥିବା ସୂଚନା ମିଳିଛି l ପରେ ପରେ ବଜାରର କିଛି ଯୁବକ ସାହସ ଦେଖାଇ କୁକୁରକୁ ଠେଙ୍ଗା, ପଥର ଫିଙ୍ଗି କୁକୁର ଟିକୁ ଘୋଡ଼ାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ସେ ଆଘାତ ପ୍ରାପ୍ତ ହୋଇ ସେଠାରୁ ପଳାଇ ଯାଇଥିଲା l ସହରର ବିଭିନ୍ନ ଜାଗାରେ ଏହି ପାଗଳ କୁକୁର କାମୁଡାରେ ଆହତ ୧୦ରୁ ଉର୍ଦ୍ଧ ଲୋକ ଏହାର ଶିକାର ହୋଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହେଉଥିବା ଜଣାପଡିଛି l ଆଗାମୀ ଦିନରେ ଏହି ଭଳି ପାଗଳ କୁକୁରର ଦୌରାତ୍ମକ କୁ
ସହରରେ ରୋକିବା ପାଇଁ ଆଗୁଆ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହେଉଅଛି l

ad-week
Leave A Reply

Your email address will not be published.