ଓଡ଼ିଆ ବିଭାଗର ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ଵାଗତ ସମ୍ୱର୍ଦ୍ଧନା…

add-all

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପରିସରରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ତରଫରୁ ନବାଗତ ଛାତ୍ର ଛାତ୍ରୀ ଙ୍କୁ ସ୍ଵାଗତ ସମ୍ୱର୍ଦ୍ଧନା ଜଣାଇବା ଅବସରରେ ଏକ ଉତ୍ସବ ଆୟୋଜିତ ହୋଇଯାଇଛି। ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି, ସଭାପତି ଭାବେ ବିଭାଗ ମୁଖ୍ୟ ଡ.ବିଭୂତି ଭୂଷଣ ଆଚାର୍ଯ୍ୟ ଓ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଅଧ୍ୟାପକ ରୂପେଶ କୁମାର ତ୍ରିପାଠୀ, ଅଧ୍ୟାପିକା ସ୍ନେହଲତା ମାଝୀ ଓ ସୁଲୋଚନା କହଁର ପ୍ରମୁଖ ଉପସ୍ଥିତ ରହି ଆଦର୍ଶ ଛାତ୍ର ଜୀବନ ସମ୍ପର୍କରେ ଆଲୋକପାତ କରିଥିଲେ। ନୃତ୍ୟ ପ୍ରଦର୍ଶନ ସହ ସଙ୍ଗୀତ ପରିବେଷଣ କରାଯାଇଥିଲା। ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ମଙ୍ଗୁଳୁ ପୂଜାରୀ, ଶରତ ପଟ୍ଟନାୟକ, ଶୁଭଶ୍ରୀ ତ୍ରିପାଠୀ, ରୂପା, କାର୍ତ୍ତିକ, ତଅପୋଇ, ସୁଲଗ୍ନା, ପ୍ରମୁଖ ଉଦବୋଧନ ଦେଇଥିଲେ। ସୁପ୍ରଭା, ମାନସ, ଆଲୋକ, ସୁନିଲ, ବିଜ୍ଞାନୀ, ପୁଷ୍ପାଞ୍ଜଳି, ବୁଦ୍ଧଦେବ, ଦୟା ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.