ଜଳ ଜଙ୍ଗଲ ଓ ଜମିର ସୁରକ୍ଷା ଲାଗି ପ୍ରତିବାଦ ସଭା, ସରକାରଙ୍କ ବିରୋଧରେ ଗର୍ଜିଲେ ଆଦିବାସୀ…

add-all

ମାଲକାନଗିରି : ଘଞ୍ଚ ଜଙ୍ଗଲରୁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ସହ ଚାଷବାସ କରି ଆମେ ଖୁସିରେ ଅଛୁ। ଏବେ ସରକାର ଆମ ଇଲାକାରେ ଗୋଟିଏ ପରେ ଗୋଟିଏ କମ୍ପାନି ଖୋଲି ଜଙ୍ଗଲ ନଷ୍ଟ କରିବାକୁ ଯାଉଛନ୍ତି, ଯାହା ଆମେ ହେବାକୁ ଦେବୁ ନାହିଁ। “ଏ ଜଙ୍ଗଲ ଆମର, ଏ ଜଳ ଆମର ଆଉ ଏ ଭୂମି ଆମର “, କିଛି ଏଭଳି ନାରା ଦେଉଥିଲେ ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଆଦିବାସୀ ଅଧ୍ୟୁଷିତ ଉସକାଲବାଗ ଅଞ୍ଚଳରେ ଏକ ଘରୋଇ କମ୍ପାନି ସ୍ଥାପନକୁ ବିରୋଧ କରି ନିଲିଗୁଡା ଗ୍ରାମରେ ଅନୁଷ୍ଠିତ ବୈଠକରେ। ଆାଦିବାସୀ ଅଧ୍ୟୁଷିତ ଏହି ଇଲାକାର ଏକ ଘରୋଇ କମ୍ପାନୀ ସ୍ଥାପନ ନେଇ ସୂଚନା ପାଇ ଏହାକୁ ବିରୋଧ କରି ସରକାରଙ୍କ ବିରୋଧରେ ଗର୍ଜନ ଭରା ସ୍ଵରରେ ଗର୍ଜିଛନ୍ତି ପ୍ରାୟ ୩ ଶହରୁ ଊର୍ଦ୍ଧ୍ବ ଆଦିବାସୀ। ପିଢିପିଢି ଧରି ସ୍ଥାନୀୟ ଜଙ୍ଗଲ ଉପରେ ନିର୍ଭର କରି ଜୀବନ ଯାପନ କରୁଥିବା ଏହି ଆାଦିବାସୀ ସମୂହ ଏହି ବୈଠକ ମାଧ୍ୟମରେ ନିଜର ପ୍ରତିବାଦ ଜଣାଇବା ସହ ଆସନ୍ତା କାଲି ଏ ନେଇ ଏକ୍ ଦାବିପତ୍ର ପ୍ରଦାନ କରାଯିବାର ଅଛି ବୋଲି ଜଣାପଡ଼ଛି। ଏଥିସହ ସରକାର ଏ ଦିଗରେ ଦୃଷ୍ଟି ନଦେଲେ ଆଗାମୀ ଦିନରେ ଏକ ବଡ ଧରଣର ଆନ୍ଦୋଳନ ହେବ ବୋଲି ଚେତାଇ ଦେଇଛନ୍ତି ସ୍ଥାନୀୟ ଆାଦିବାସୀ ନେତୃବୃନ୍ଦ। ସୂଚନା ମୁତାବକ ସ୍ଥାନୀୟ ଅଞ୍ଚଳରେ ଏକ ସିମେଣ୍ଟ କାରଖାନା ପ୍ରତିଷ୍ଠା ନେଇ ଏକ ଘରୋଇ କମ୍ପାନୀର ପ୍ରସ୍ତାବ ରହିଥିବା ବେଳେ ଏଥିଯୋଗୁଁ ଉସକାଲବାଗ, ନନ୍ଦୀୱାଡା, କତା ମାଟେରୁ ଓ ଆଖପାଖ ଇଲକାର ଅନେକ ଗାଆଁ ପ୍ରଭାବିତ ହେବ। ଏଥିପାଇଁ ଆଜି ମାଲକାନଗିରି ଜିଲ୍ଲା ଆାଦିବାସୀ ସଂଘର ସହଯୋଗରେ ଉସକାଲବାଗ ତାମା ଦୋରା ଜୋନ୍ ପକ୍ଷ୍ୟରୁ ପ୍ରତିବାଦ ସଭା ଆୟୋଜନ କରାଯାଇଛି। ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସତ୍ତ୍ବେ ସରକାର ଯଦି ଏ ଦିଗରେ ଦୃଷ୍ଟି ନଦିଅନ୍ତି ତେବେ ଆଗାମୀ ଦିନରେ ହଜାର ହଜାର ଆଦିବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ତାମା ଦୋରା ଜୋନ୍ ସମ୍ପାଦକ ଆକାଶ କୁମାର କୋଡ଼ି କହିଛନ୍ତି। ଏହି ବୈଠକରେ ଜିଲ୍ଲା ଆାଦିବାସୀ ସଂଘର ସଭାପତି କୃଷ୍ଣଚନ୍ଦ୍ର ମାଡକାମି, ନିଲିଗୁଡା ସରପଞ୍ଚ ଦେବେ ମାଡି, କାଲିମେଳା ବ୍ଲକ ଉପାଧକ୍ଷ ଲାକମା ମାଡି, ମାଲା ମାଡି, କମଳ ସାଇ ମାଝୀ, ମୁନି ମାଡକାମି, ବନ୍ଧୁ ମୁଦୁଲି, ଆଇତା କାବାସୀ ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଆାଦିବାସୀ ନେତୃବୃନ୍ଦ ପ୍ରମୂଖ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.