ଆଲୁରମୁଠା ପୀଠର ଉନ୍ନତି କରଣ ପାଇଁ ଏସଡିସି ଅଧକ୍ଷଙ୍କ ଅଧକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ..

add-all

ମାଲକାନଗିରି,: ମାଲକାନଗିରି ଜିଲ୍ଲା ଚାଲାଣଗୁଡା ସ୍ଥିତ ମାଉଳି ମା ମନ୍ଦିର ତଥା ଆଲୁରମୁଠା ପୀଠରେ ଜିଲ୍ଲା ଏସଡିସି ଅଧକ୍ଷ ଆଡମା ରାବାଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସ୍ଥାନୀୟ ଅଞ୍ଚଳରେ ଥିବା ପ୍ରତିଷ୍ଠିତ ଦେବୀ ମା ମାଉଳିଙ୍କ ମନ୍ଦିର ତଥା ପ୍ରସିଦ୍ଧ ଆଲୁରମୁଠା ପୀଠର ଉନ୍ନତି କରଣ ପାଇଁ ଆଲୋଚନା କରଯାଇଥିଲା । ପୂର୍ବରୁ ଏହି ପୀଠର ଉନ୍ନତିକରଣ ପାଇଁ ପୂର୍ବରୁ ସ୍ଥାନୀୟ ଲୋକେ, ବୁଦ୍ଧିଜୀବୀ ଓ ଜନପ୍ରତିନିଧି ମାନେ ଦାବି କରି ଆସୁଥିବା ବେଳେ ଆଜି ଏହାକୁ ନେଇ ଆଲୁରମୁଠା ପୂଜା କମିଟି ପକ୍ଷରୁ ଜିଲ୍ଲା ଏସଡିସି ସଭାପତି ଶ୍ରୀ ରାବାଙ୍କୁ ନିମନ୍ତ୍ରଣ କରାଯାଇଥିବାରୁ ଶ୍ରୀ ରାବା ସେଠାରେ ପହଞ୍ଚି ମନ୍ଦିରର ଉନ୍ନତି କରଣ ପାଇଁ ସମୀକ୍ଷା କରିଥିଲେ । ମନ୍ଦିର ଚାରିପାର୍ଶ୍ଵ ବୁଲି ଦେଖିବା ସହ ସେ ମନ୍ଦିରର ଉନ୍ନତିକରଣ ପାଇଁ ସ୍ଥାନୀୟ ପୂଜକ, ଜନ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ । ଏହି ପୀଠର ଅନେକ ମାହତ୍ମ୍ୟ ରହିଥିବା ବେଳେ ଏଠାରେ ପ୍ରତି ବର୍ଷ ବିଭିନ୍ନ ପୂଜା ପର୍ବ ପାଳନ ସହ ଯାତ୍ରା ମଧ୍ୟ ଆୟୋଜିତ କରାଯାଇଥାଏ । ବର୍ଷ ବର୍ଷ ଧରି ଏହି ପୀଠରେ ଲୋକେ ପୂଜା କରି ଆସୁଥିବା ବେଳେ ଏହି ପୀଠର ଉନ୍ନତି କରଣ ପାଇଁ ଯଥା ଶିଘର ପଦକ୍ଷେପ ନିଆଯିବ ବୋଲି ଶ୍ରୀ ରାବା ମତ ରଖିଥିଲେ । ଏହାସହ ଆଖ ପାଖରେ ଥିବା ବିଭିନ୍ନ ମନ୍ଦିରର ମଧ୍ୟ ଉନ୍ନତି କରଣ ପାଇଁ ଶ୍ରୀ ରାବା ଏହି ଅବସରରେ ସମୀକ୍ଷା କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ବିଜୁ ଜନତା ଦଳର ଛାତ୍ର ସଭାପତି ତାପସ ରଞ୍ଜନ ନାୟକ, ସ୍ଥାନୀୟ ସରପଞ୍ଚ ଅରକ୍ଷିତ ନାୟକ, ତୁମସାପାଲି ସରପଞ୍ଚ ଇର୍ମା କବାସୀ, ପୂର୍ବତନ ସରପଞ୍ଚ ଇର୍ମା ପଡିଆମୀ, ଦେବା ସୋମାରୁ, ପ୍ରଦୀପ ଦୁରୁଆ, ଆଲୁରମୁଠା ପୀଠ ମୁଖ୍ୟ ଦେବା ଦୁରୁଆ, ପୂଜକ ବୁଦରା ଦୁରୁଆ, ଏ ରାଜୁ ରାଓ, ସୁନୀଲ ସାହୁ, ବଲରାମ ଭଞ୍ଜ, ମୂନା ମାଡକାମୀ, ରାକେଶ ବାଲା ପ୍ରମୁଖଙ୍କ ସହ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ । ଏକ ବିଶାଳ ଶୋଭାଯାତ୍ରାରେ ପ୍ରଥମେ ଉପସ୍ଥିତ ଅତିଥି ମାନଙ୍କୁ ଲୋକେ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇବା ପରେ ଏହି କାର୍ଯ୍ୟକ୍ରମର ଆୟୋଜନ କରଯାଇଥିଲା ।

ad-week
Leave A Reply

Your email address will not be published.