ବିଜେଡି ପକ୍ଷରୁ ଫୁଲବାଣୀ ପୌର ପରିଷଦର ନଗର କର୍ମକର୍ତ୍ତା ଘୋଷଣା…

add-all

ଫୁଲବାଣୀ :ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ବିଜେଡି ସୁପ୍ରିମୋ ମାନ୍ୟବର ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକଙ୍କ ସହମତିରେ ଜିଲ୍ଲା ସଭାପତି ସରୋଜ କର୍ଣ୍ଣଙ୍କ ଅନୁମୋଦନ କ୍ରମେ ନଗର ସଭାପତି ବିମଳେନ୍ଦୁ ପାଢୀ କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌର ପରିଷଦର ବିଜୁ ଜନତା ଦଳ, ସଂଗଠନକୁ ମଜବୁତ କରିବା ପାଇଁ, ପ୍ରତ୍ୟେକ ୱାର୍ଡ଼ର ସଭାପତି, ଉପସଭାପତି,ସମ୍ପାଦକ, ସହ ସମ୍ପାଦକ ଓ କୋଷାଧ୍ଯକ୍ଷ ଘୋଷଣା କରିଛନ୍ତି l ଘୋଷଣା ତାଲିକା ଅନୁଯାୟୀ
କାର୍ଯ୍ୟକାରୀ ସଭାପତି ଭାବେ ସୁଧୀର କହଁରଙ୍କୁ ଘୋଷଣା କରାଯାଇଥିବା ବେଳେ , ଉପସଭାପତି ଭାବେ ମନୋଜ କୁମାର ପଟ୍ଟନାୟକ, ଯତୀନ କୁମାର ସାହୁ, ଅସୀମ କୁମାର ପ୍ରହରାଜ, କେଦାରନାଥ ପାତ୍ର , କାହ୍ନୁ ପାତ୍ର, ଅରୁଣ କୁମାର ଭଞ୍ଜ, ସାବୀର ହୁସେନ୍, ଇମାନୁଏଲ୍ ରଥ, ସେହିପରି ସାଧାରଣ ସମ୍ପାଦକ ଭାବେ ଭିକୁ ବେହେରା, ସୃଜନ ନାୟକ ସୁଚିତ୍ରା ନାୟକ, ଦିଲୁ ବାଘ, ସମ୍ପାଦକ ଭାବେ ପ୍ରକାଶ ସେନାପତି, ବୃନ୍ଦାବନ ମହାରଣା, ପ୍ରଫୁଲ୍ଲ ନାୟକ, ଆକାଶ କୁମାର ମହାନ୍ତି, ସେହିଭଳି ସହ ସମ୍ପାଦକ ଭାବେ ସନ୍ତୋଷ କୁମାର ପାଢ଼ୀ , କାପ୍ତାନ ବଗର୍ତ୍ତୀ, ପ୍ରଦିପ କୁମାର ଦେହୁରୀ ଜସୋବନ୍ତ କହଁର, ବାବୁଲା ବେହେରା, ମହେଶ୍ୱର ମହାରଣା ଅନିଲ କୁମାର ନାୟକ, ଚିନ୍ମୟ କୁମାର ସାହୁ, କୋଷାଧ୍ୟକ୍ଷ ଭାବେ ପ୍ରଣଦ କୁମାର ନାୟକ
ଙ୍କୁ ଘୋଷଣା କରାଯାଇଛି l
ଏଥି ସହିତ ଫୁଲବାଣୀ ପୌର ପରିଷଦର ୱାର୍ଡ଼ ସଭାପତି ଯଥା ୧ ନମ୍ବର ୱାର୍ଡ଼ର ପ୍ରତାପ ସାମନ୍ତରାୟ ୨ ନମ୍ବର ସୁଶାନ୍ତ କୁମାର ବେହେରା, ୩ ନମ୍ବର ସରୋଜ ଦିଗାଲ, ୪ ନମ୍ବର ଶ୍ରୀଧର ମହାନ୍ତି, ୫ ନମ୍ବର ଆଲୋକ ସେନାପତି, ୬ ନମ୍ବର ଦିବାକର ଦିଗାଲ, ୭ନମ୍ବର ଏସ ଏମ୍ ନିଜାମ ୮ ନମ୍ବର ପ୍ରତିଭା ସିଂ, ୯ ନମ୍ବର ସୁଶାନ୍ତ କୁମାର ମୁଖୀ, ୧୦ ନମ୍ବର ଅଶୋକ କୁମାର ବେହେରା, ୧୧ ନମ୍ବର କିଚକ ନାୟକ ୧୨ ନମ୍ବର ଗଗନ ବିହାରୀ ପଟ୍ଟନାୟକ, ୧୩ ନମ୍ବର ୱାର୍ଡର ସଭାପତି ଭାବେ ପୁଲୁ ପ୍ରୀତମ କହଁରଙ୍କୁ ଘୋଷଣା କରାଯାଇଥିବା ନଗର ସଭାପତି ଶ୍ରୀ ପାଢୀ ସୂଚନା ଦେଇଛନ୍ତି l

ad-week
Leave A Reply

Your email address will not be published.