ଗଞ୍ଜାମ ଜିଲ୍ଲାରେ ମଦ ମୃତ୍ୟୁ.. ! ନିସର୍ତ୍ତ ଖବର କଣ ସତ ହେଲାକି ? ଆସିକା ରେ ଜନସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ର ମୃତ୍ୟୁ…

add-all


ବ୍ରହ୍ମପୁର:୨୭-୯ ଆସିକା ଜନସ୍ୱାସ୍ଥ୍ୟ ବିଭାଗ ରେ କାର୍ଯ୍ୟରତ ଜୈନିକ କର୍ମଚାରୀ ବିଷ୍ଣୁ ପରିର୍ଚ୍ଛା ନାମକ (୪୯) ବର୍ଷୀୟ ଙ୍କ ମୃତ ଦେହ କୁ ପୋଲିସ ଉଦ୍ଧାର କରିଛି। ଆଜି ଆସିକା ସୁନାମ୍ବ ସାହି ଦଣ୍ଡକାଳୀ ମନ୍ଦିର ନିକଟରେ ଥିବା ଜନସ୍ୱାସ୍ଥ୍ୟ ବିଭାଗ ପାଣି ଟାଙ୍କି ଅଫିସ ନିକଟରେ ବିଷ୍ଣୁ ପରିଚ୍ଛା ଙ୍କ ମୃତ ଦେହ ପଡିଥିବା ଦେଖିବାକୁ ମିଳିଥିଲା। ଉକ୍ତ ମୃତ ଦେହ କୁ ଉଦ୍ଧାର କରି ଆସିକା ପୋଲିସ ଚିକିତ୍ସାଳୟ କୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି କର୍ମଚାରୀ ମୃତ୍ୟୁ ବିଷାକ୍ତ ମଦ୍ୟପାନ ଯୋଗୁଁ ଘଟିଛି,ବୋଲି ଚାର୍ଚ୍ଚା ସହରରେ ଜୋର ଧରଛି।ମଦ୍ୟପ ମାନଙ୍କ ମଧ୍ୟରେ କକୁଆ ଭୟ ସଞ୍ଚାର ହୋଇଥିବା ଲକ୍ଷ ମଧ୍ୟ କରାଯାଇଛି। ପ୍ରକାଶ ଥାଉକି ନିସର୍ତ୍ତ ରେ ରୀତିମତ ଗଞ୍ଜାମ ଜିଲ୍ଲାରେ ପୁଣି ମଦ ମୃତ୍ୟୁ ହେବ ବୋଲି ଏକ ମାସ ହେଲା ଖବର ରୀତିମତ ପ୍ରକାଶ ହେଉଛି।ଖବର କୁ ଅବକାରୀ ବିଭାଗ ହାଲୁକା ଭାବେ ନେବା ଅପମିଶ୍ରଣ ମଦ ପ୍ରସ୍ତୁତ ବେଳେ ବ୍ୟବହାର ହେଉଥିବା ପୋଚ କୁ ଯାଞ୍ଜ ନକରିବା ଯୋଗୁଁ ଆଜି ର ଏହି ମୃତ୍ୟୁ ଜନିତ ଘଟଣା କଣ ମଦ ମୃତ୍ୟୁ କୁ ଉଙ୍ଗୁଳି ନିର୍ଦ୍ଧେଶ କରୁଛି କି ବୋଲି ଚାର୍ଚ୍ଚା ହେଉଛି। ଶବ ବ୍ୟବଛେଦ ପରେ ପ୍ରକୃତ ଘଟଣା ଲୋକଲୋଚନକୁ ଆସିବ ଏହା ବିଷାକ୍ତ ମଦ୍ୟପାନ ଯୋଗୁଁ ମୃତ୍ୟୁ ଘଟିଛି ନା ଅନ୍ୟ କିଛି କାରଣ ରୁ ମୃତ୍ୟୁ ଘଟିଛି ତାହା ସ୍ପଷ୍ଟ ହେବ । ନିସର୍ତ୍ତ ରେ ଗଞ୍ଜାମ ଜିଲ୍ଲାରେ ଯେଉଁ ଭଳି ଭାବେ ଅପମିଶ୍ରଣ ମଦ ପ୍ରସ୍ତୁତ ହେଉଛି,ସେ ସମ୍ପର୍କରେ ରେ ବାରମ୍ବାର ଖବର ପ୍ରକାଶ ହେଉଛି ତଥାପି ଜିଲ୍ଲା ଅବକାରୀ ବିଭାଗ ଚୁପ ।ମଦ ମାଫିଆ ଓ ଅବକାରୀ ବାବୁ ମାନଙ୍କ ମିଲି ଭଗତ ଯୋଗୁଁ ଏହି ଅପମିଶ୍ର ମଦ କାରବାର ଅଧିକାଂଶ ସହର ଅଞ୍ଚଳ ରେ ଖୁଲାମ ଖୁଲା ଚାଲିଛି ବୋଲି ସବୁବେଳେ ଚାର୍ଚ୍ଚା ହେଉଛି। ବେଳ ଥାଉ ଥାଉ ଯଦି ଯେଉଁ ସବୁ ମଦ ଭାଟିରେ ପୋଚ ରେ ମହୁଲ ଯାଗାରେ ଇଷ୍ଟ ଓ ୟୁରିଆ ବ୍ୟବହାର ହେଉଛି,ସେହି ପୋଚ କେମିକାଲ ଯାଞ୍ଜ ନ କଲେ ପୁଣି ମଦ ମୃତ୍ୟୁ କୁ ଡ଼ାକରା କି ? ବୋଲି ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏହି ମୃତ୍ୟୁ ସମ୍ପର୍କରେ ଆସିକା ଜନସ୍ୱାସ୍ଥ୍ୟ ବିଭାଗ ଅଧକାରୀ ଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ବି ସ୍ୱୀକାର କରିଛନ୍ତି ମଦ ମୃତ୍ୟୁ ହୋଇଥାଇ ପାରେ ବୋଲି। ଜିଲ୍ଲା ଅବକାରୀ ଅଧିକାରୀ କୌଣସି ସନ୍ତୁଷ୍ଟ ଜନକ ଉତ୍ତର ଦେଇନାହାନ୍ତି l ସେ ଏହା ବିଷୟରେ କିଛି ଜାଣିନାହାନ୍ତି କହିଁ ଘଟଣା କୁ ହାଲକା ଭାବରେ ନେଇଛନ୍ତି l କିନ୍ତୁ ମଦମାଫିଆ ମାନେ ଘଟଣା କୁ ହାଲକା ଭାବରେ ନେଇ ନଥିବା ଦେଖିବାକୁ ମିଳିଛି, ମୃତ୍ୟୁ ବ୍ୟକ୍ତିଙ୍କ ପୋଷ୍ଟ ମୋଟମ ରିପୋର୍ଟ ଆସିଲା ପରେ ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି ଅଞ୍ଚଳ ର ବୁଦ୍ଧି ଜୀବି ଓ ସାଧାରଣ ରେ ଚର୍ଚ୍ଚା ହେଉଛି l

ad-week
Leave A Reply

Your email address will not be published.