ରଙ୍ଗେଇଲୁଣ୍ଡ ବ୍ଲକ ଲୋକ କଳା ସାଂସ୍କୃତିକ ଦଳଙ୍କ ପ୍ରଶିକ୍ଷଣ ଅନୁଷ୍ଠିତ…

add-all

ଛତ୍ରପୁର (୨୭/୦୯) : ରଙ୍ଗେଇଲୁଣ୍ଡ ବ୍ଲକ ଅଞ୍ଚଳର ଲୋକ କଳା ସାଂସ୍କୃତିକ ଦଳଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ରଙ୍ଗେଇଲୁଣ୍ଡ ବ୍ଲକ ସଭାଗୃହ ପ୍ରକୋଷ୍ଠ ଠାରେ ଅନୁଷ୍ଠିତ ଏହି ଶିବିର ଟିରେ ବ୍ଲକ କଳା ସାଂସ୍କୃତିକ ସଂଘ ସଭାପତି ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶ୍ୱଜିତ ରାୟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ଦ୍ଵିତୀୟ ଦିନ ଶିବିର ଟିରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଉପସ୍ଥିତ ରହି କଳାକାରଗଣ କିଭଳି ଲୋକକଳା ପରିବେଷଣ ଦ୍ୱାରା ସରକାରଙ୍କ ବିଭିନ୍ନ ଜନ ହିତାଧିକାରୀ ଯୋଜନା ପ୍ରତି ଗ୍ରାମରେ ପ୍ରଚାର ଓ ପ୍ରସାର କରିବେ ସେ ସମ୍ପର୍କରେ ବୁଝାଇ ବା ସହିତ କାର୍ଯ୍ୟକ୍ରମ ପରିବେଷଣ ଶୈଳୀ, ନିତି ନିୟମ ଅନୁପାଳନ , କାର୍ଯ୍ୟକ୍ରମ ପରିବେଷଣର ଆବଶ୍ୟକତା , କଳାକାରଙ୍କ ପାରିଶ୍ରମିକ ଟଙ୍କା କିଭଳି ତାଙ୍କ ବ୍ୟାଙ୍କ ଆକାଉଣ୍ଟ ରେ ପ୍ରଦାନ ହେବ ଇତ୍ୟାଦି ଆବଶ୍ୟକ ତଥ୍ୟ ଜଣାଇଥିଲେ । ବ୍ଲକ ସଂସ୍କୃତିକ ସଂଘର ଉପସଭାପତି ରବି ନାରାୟଣ ଶତପଥୀ ,କଳାକାର ଆଲୋକ କୁମାର ବିଶୋଇ ,ରଣପା ନୃତ୍ୟ ଗୁରୁ ରାଜେନ୍ଦ୍ର ପାତ୍ର ପାରମ୍ପରିକ ଲୋକକଳା ମାଧ୍ୟମରେ ପରିବେଷଣ ଶୈଳୀର ବିଭିନ୍ନ ଦିଗ, ବେଶ ଭୁଷା, ଭାଷା ପ୍ରୟୋଗ, ଶାଳୀନତା ଅନୁପାଳନ ଉପରେ କଳାକାର ଦଳ ମୁଖ୍ୟ ଓ ଗୁରୁ ମାନଙ୍କୁ ବୁଝାଇ ଥିଲେ । ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସମ୍ପୃକ୍ତ ବିଭାଗୀୟ ବ୍ଲକ ସ୍ତରୀୟ ଅଧିକାରୀଗଣ ବୁଝାଇ ଥିଲେ । ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଲଷ୍ମୀ ନୃସିଂହ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରି ଧନ୍ୟବାଦ ଅର୍ପଣ କରିଥିଲେ ।

ad-week
Leave A Reply

Your email address will not be published.