ନେତା ମଧ୍ୟ ସୁରକ୍ଷିତ ନାହାନ୍ତି: ପୂର୍ବତନ ମେୟର ପିଣ୍ଟୁ ଦାସ ଗାଡ଼ି ଉପରକୁ ବୋମା ମାଡ଼..

add-all


ବ୍ରହ୍ମପୁର:୨୯-୯ ବ୍ରହ୍ମପୁର ମହାନଗର ନିଗମର ପୂର୍ବତନ ମେୟର ଶିବ ଶଙ୍କର ଦାଶ ଙ୍କ ଗାଡି ଉପରକୁ ବୋମା ମାଡ଼।ଗୋଶାଣୀ ନୂଆ ଗାଁ ଥାନା ରେ ଘଟିଛି। ରାତ୍ର ୧୧ ଘଣ୍ଟା ସମୟରେ ସେ ନିଜ ଘରକୁ ଫେରୁଥିବା ବେଳେ କାଳୁଆ ମନ୍ଦିର ନିକଟରେ ତାଙ୍କର ଗାଡ଼ିରେ ଆସୁଥିବା ବେଳେ ବୋମା ମାଡ଼ ହୋଇଛି। ସେ ଅଳ୍ପକେ ବର୍ତି ଯାଇଛନ୍ତି। ଏଥିରୁ ପ୍ରମାଣିତ ହେଉଛି,ଗଞ୍ଜାମ ଜିଲ୍ଲାରେ ଅପରାଧତତ୍ତ୍ୱ ମାନେ ପୁଣି ସକ୍ରିୟ ହୋଇଛନ୍ତି। ଶେଷରେ ରାଜନେତା ମାନେ ମଧ୍ୟ ସୁରକ୍ଷିତ ନାହାନ୍ତି। ଲାଗ ଲାଗ ଦୁଇଦିନ ହେଲା ଗଞ୍ଜାମ ଜିଲ୍ଲା ପୁଣି ଅଶାନ୍ତ ହେବା ସହ ଦୁଇଟି ମୁଣ୍ଡ ଗଡ଼ିଛି। ଅପରାଧୀ ମାନେ ସାରା ଗଞ୍ଜାମ ଜିଲ୍ଲାରେ କାୟା ବିସ୍ତାର କରି ସାରିଲେଣି ଯେଉଁଠି ଚାହିଁବେ ସେଇଠି ମୁଣ୍ଡ ଗଡେଇବାକୁ ପଛାଉ ନାହାନ୍ତି। ଅଧିକାଂଶ କରି ରାଜ ନେତା ମାନଙ୍କୁ ଟାର୍ଗେଟ କରଯାଉଛି। ଏହି ଘଟଣା ପ୍ରଚାର ହେବା ପରେ ରାଜନେତା ଙ୍କ ମଧ୍ୟରେ ଛନକା ପଶିଛି।ଗଞ୍ଜାମ ଜିଲ୍ଲା ଏବେ ପୋଲିସ ର ନିୟନ୍ତ୍ରଣ ବାହାରକୁ ଚାଲିଯାଇ ଥିବା ଲକ୍ଷ କରାଯାଇଛି। ଆଗକୁ ପାର୍ବଣୀ ଋତୁ ଅପରାଧୀ ମାନେ ସକ୍ରିୟ ହୋଇ ଗୋଟେ ପରେ ଗୋଟେ କାଣ୍ଡ ଭିଆଇ ପୋଲିସ ର ନିଦ ହଯାଇ ଦେଛନ୍ତି। ଗଞ୍ଜାମ ର ଉଭୟ ପୋଲିସ ଜିଲ୍ଲାରେ ଦିନକୁ ଦିନ ହତ୍ୟା ଘଟଣା ବଢ଼ିବାକୁ ଲାଗିଛି। ଯେଉଁଟି ରାଜନେତା ମାନେ ସୁରକ୍ଷିତ ନାହାନ୍ତି, ସେଠାରେ ସାଧରଣ ଲୋକ କଣ ନିଜକୁ ସୁରକ୍ଷିତ ମଣୁ ଥିବେ ବୋଲି ଚାର୍ଚ୍ଚା ହେଉଛି।ଆଜି ଆମ ରାଜ୍ୟ ମୁଖ୍ୟମନ୍ତ୍ରୀ ବିଧାନସଭା ରେ କହିଛନ୍ତି ରାଜ୍ୟରେ ଆଇନଶୃଙ୍ଖଳା ଠିକ ଠାକ ଅଛି ବୋଲି ବିବୃତି ଦେଇଛନ୍ତି।କିନ୍ତୁ ଖୋଦ ମୁଖ୍ୟ ମନ୍ତ୍ରୀ ପ୍ରତିନିଧିତ୍ୱ କରୁଥିବା ଜିଲ୍ଲା ଆଜି ଅଶାନ୍ତ ଓ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ…

ad-week
Leave A Reply

Your email address will not be published.