ସାଇବେର କ୍ରାଇମ ର ନୂଆ ନୂଆ ତରିକାରେ ଲୋକଙ୍କୁ ଠକେଇ : ସଚେତନ ହିଁ ମୁଖ୍ୟ ଚାବି…

add-all


ବ୍ରହ୍ମପୁର: ଏହି ଡିଜିଟାଲ ଯୁଗରେ ପଲ୍ଲୀ ରୁ ସହର ପର୍ଯ୍ୟନ୍ତ ସମସ୍ତଙ୍କ ହାତରେ ମୋବାଇଲ।ଏହାର ସୁଯୋଗ ନେଇ ବିଭିନ୍ନ ଠକ ମାନେ ନୂଆ ନୂଆ ତରିକାରେ ଲୋକଙ୍କୁ ଭୁଆଁ ବୁଲାଇ ଠକୁ ଥିବା ଘଟଣା ଦିନକୁ ଦିନ ବଢ଼ିବା ରେ ଲାଗିଛି। କେତେବେଳେ ନିଜ ଜମିରେ ମୋବାଇଲ ଟାୱାର ନିର୍ମାଣପାଇଁ ଆପଣଙ୍କ ଜମି ଚିହ୍ନଟ ହୋଇଛି। ବୋଲି ମୋବାଇଲ କୁ କଲ ଆସେ ଆପଣଙ୍କ ପଞ୍ଜିକୃତ ପାଇଁ ଟଙ୍କା ଜମା କରନ୍ତୁ।କେତେବେଳେ କଲ ଆସେ ଆପଣଙ୍କ ଆଧାର, ପାନ କାର୍ଡ କିମ୍ବା ଏଟିଏମ ଅଚଳ ହୋଇଯିବ ଆପଣ ଙ୍କ ପାଖକୁ ଓଟିପି ଆସିବ ତୁରନ୍ତ ଓଟିପି ନମ୍ବର କୁହନ୍ତୁ ବୋଲି କହନ୍ତି। ଯଦି ଆପଣ ଓଟିପି ନମ୍ବର ଦେଇଦେଲେ ତାହା ହେଲେ ଆପଣଙ୍କ ସଂରକ୍ଷିତ ଥିବା ବ୍ୟାଙ୍କ ବ୍ୟାଲେନ୍ସ ସଙ୍ଗେ ସଙ୍ଗେ ଖାଲି ହୋଇଯିବ।ଆପଣ ହତାଶ ହୋଇ ଅଭିଯୋଗ କରି ଭାଗ୍ୟକୁ ଆଦରି ଚୁପ ହୋଇ ବସିବା ସାର ହେବ।ଟିକେ ଭୁଲ ପାଇଁ ବ୍ୟାଙ୍କ ଖାତା ରୁ ଟଙ୍କା ଖାଲି ହେବା ଘଟଣା ଦିନକୁ ଦିନ ବଢ଼ି ବାରେ ଲାଗିଛି। ଡିଜିଟାଲ ଯୁଗରେ ସାଧରଣ ଲୋକେ ଦଶ ଟଙ୍କା ପାଇଁ ମଧ୍ୟ ଢାଞ୍ଚା ମାରିବା ପାଇଁ ଫୋନ-ପେ ରେ ପେଇମେଣ୍ଟ କରୁଥିବା ଦେଖିବାକୁ ମିଳୁଛି। କେତେ ବେଳେ ଅପରିଚିତ ବ୍ୟକ୍ତି ଫୋନ କରି ପୁରୁଣା ପରିଚୟ କାଢ଼ି ଗପ ସପ ହେବାପରେ କୁହନ୍ତି।ଆପଣଙ୍କ ପାଖକୁ ଟଙ୍କା ପଠାଉଛି ମୋର ବନ୍ଧୁ ମେଡିକାଲ ରେ ଅଛନ୍ତି।ତାଙ୍କୁ ଟଙ୍କା ଦେଇଦିଅନ୍ତୁ।ତାପରେ ଏଡିଟ କରି ଫେକ ରେ ମୋବାଇଲ କୁ ଫୋନ-ପେ ର ନମୁନା ପଠାନ୍ତି,ତାପରେ ଗୋଟିଏ ନମ୍ବର ଦେଇ ଟଙ୍କା ପଠାଇବାକୁ ନିବେଦନ କରନ୍ତି। ଯଦି ନିଜର ବେଲେନ୍ସ ଚେକ ନକରି ଟଙ୍କା ପଠାଯାଏ ଆପଣ ଠକାମୀର ଶିକାର ହେବେ।ଫୋନ-ପେ ପଠାଇବାର ଏଡିଟିଙ୍ଗ କରି ଫେକ ସ୍କ୍ରିନ ସଟ ଦେଇ ଠକାମୀ କରିବାର ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି।ସଚେତନତା ର ଅଭାବ ଯୋଗୁଁ ଏହି ପରି ଠକାମୀ ର ଘଟଣା ର ଶିକାର ବହୁ ବ୍ୟକ୍ତି ହେଉଛନ୍ତି। ସରକାର ଙ୍କ ପକ୍ଷରୁ ଖୋଲାଯାଇ ଥିବା ସାଇବେର ସେଲ ସମ୍ପର୍କରେ ବହୁ ଲୋକମାନେ ଜାଣିପାରୁ ନାହାନ୍ତି। ଏଠାରେ ଆମେ ସୂଚାଇ ଦେବାକୁ ଚାହୁଁ ଯେ ଅଧିକାଂଶ କରି ଅନଲାଇନ ରେ ଅଧିକ ଠକାମୀ ଅଧିକ ଶିକାର ହେଉଛନ୍ତି। କେବେବି ଓଟିପି କେହି ହେଲେ ମାଗିଲେ ଦିଅନ୍ତୁ ନାହିଁ, ସବୁବେଳେ ସତର୍କ ରହିବାକୁ ପୋଲିସ ବିଭିନ୍ନ କାର୍ଯ୍ୟକ୍ରମ କରି ସଚେତନ କରୁଛି ଆପଣ ମାନଙ୍କ ସାମାନ୍ୟ ଅସଭାଧାନତା ବହୁ ମୂଲ୍ୟ ଦେବାକୁ ପଡି ପାରେ

ad-week
Leave A Reply

Your email address will not be published.