
ବ୍ରହ୍ମପୁର: ଡ଼ବଲ ଇଞ୍ଜିନ ସରକାର ଆସିବା ପରେ ବାଲି ମାଫିଆ ଜମି ମାଫିଆ ଏବଂ ମଦ ମାଫିଆ ମାନଙ୍କ ମନ ମାନି ବଢ଼ିବାରେ ଲାଗିଛି। ବାଲି ମାଫିଆ ମାନେ ସ୍ଥାନୀୟ ନେତାଙ୍କ ସହ ହାତକୁ ହାତ ମିଶାଇବା ଫଳରେ ମାଫିଆ ମାନେ ନେତା ମାନଙ୍କ ଗେଲ୍ହା ପୁଅ ସାଜିଥିବା ଏବେ ଚର୍ଚ୍ଚା ହେଉଛି। ନେତାଙ୍କ ପୋଷା ମେଣ୍ଢା ହେବା ପରେ ପୋଲିସ, ରାଜସ୍ୱ, ଖଣି ଓ ପରିବହନ ବିଭାଗ ବାବୁ ମାନଙ୍କୁ ବର୍ତ୍ତମାନ ମାଫିଆ ମାନେ କଣ୍ଟ୍ରୋଲ କରୁଥିବା ଚର୍ଚ୍ଚା ଜୋର ଧରିଛି। ଯେଉଁ ବାବୁ ମାନେ ଭାଇନା ମାନଙ୍କ ବୋଲ ନମାନିଲେ ଜିଲ୍ଲା ବାହାରକୁ ବଦଳୀ କରିବାକୁ କିଛି ବାବୁ ମାନଙ୍କୁ ଧମକ ମିଳୁଥିବା ମଧ୍ୟ ଆଲୋଚନା ହେଲାଣି। ବାଲି ମାଫିଆ ମାନଙ୍କ ମର୍ଜୀ ବାହାରେ କାର୍ଯ୍ୟ କଲେ ଧମକ ମିଳିବା ସହ ବଦଳୀ କରିବାକୁ ନେତାଙ୍କ ଉପରେ ଚାପ ପ୍ରୟୋଗ କରଯାଉଥିବା ଚର୍ଚ୍ଚା ହେଉଛି। ଗଞ୍ଜାମ ଜିଲ୍ଲାର ଅଧିକାଂଶ ବାବୁ ମାନେ କୋଳି ଖାଇ ମଞ୍ଜି ପୋତିଲା ଭଳି ଦୀର୍ଘ ବର୍ଷ ହେଲା ଜିଲ୍ଲା ରେ ନିଜର ଚୌକି ଜାବୁଡି ଧରିଥିବାର ନଜିର ରହିଛି। ଚୋରା ବାଲି କାରବାର ଯୋଗୁଁ ମାଫିଆ ମାନେ ନିଜ ନିଜ ଇଲାକାର ଜଣେ ଜଣେ ସମ୍ରାଟ ହେବାରେ ଲାଗିଛନ୍ତି। ଶୀତଋତୁ ଆରମ୍ଭ ହେଉ ହେଉ ବାଲି ମାଫିଆ ଅଧିକ ସକ୍ରିୟ ହୋଇଥିବା ଲକ୍ଷ କରାଯାଇଛି। ଏବଂ ମଦ ମାଫିଆ ବି ସମ୍ପୂର୍ଣ ଭାବେ ସକ୍ରିୟ ଅଛନ୍ତି ଜିଲ୍ଲା ଏବଂ ଜିଲ୍ଲା ବାହାରକୁ ଖୋଲାମ ଖୋଲା ଚୋରା ଚାଲାଣ କରୁଛନ୍ତି ପ୍ରଶାସନ ନିଜ ଚୌକି ବଞ୍ଚାଇବା ପାଇଁ ସବୁ ନୀରବ l ଖଣି ବିଭାଗ ମନ୍ତ୍ରୀଙ୍କ ଏଜେଣ୍ଟ ସାଜି କାମ କରୁଛନ୍ତି ବୋଲି ସାଧାରଣ ରେ ଚର୍ଚ୍ଚା l ବର୍ତ୍ତମାନ ଜିଲ୍ଲାର ଆଇନ ଶୃଙ୍ଖଳା ସମ୍ପୂର୍ଣ ବିପର୍ଯ୍ୟସ୍ତ କହିଲେ କିଛି ଭୁଲ ହେବ ନାହିଁ ବର୍ତ୍ତମାନ ମୁଣ୍ଡ ଗଡ଼ିବା ଋତୁ ଆସି ଯାଇଛି ମାଫିଆ ମାନେ ନିଜ ସାମ୍ରାଜ୍ୟ ବିସ୍ତାର କରିବାକୁ କଳ ବଳ କୌଶଳ ଅବଲମ୍ବନ କରିବେ ତେଣୁ ମୁଣ୍ଡ ଗଡ଼ାଇବାକୁ ବି ପଛଇବେ ନାହିଁ ଯାହା ଇତିହାସ ବି ସାକ୍ଷୀ ଅଛି ଯାହାକି ଏହା ପୋଲିସ ପାଇଁ ବଡ଼ ପରୀକ୍ଷା ସୃଷ୍ଟି କରିବ l ଏହି ବୋଲ କରା ବାବୁ ମାନଙ୍କ ପାଇଁ ଏପରି ପରିସ୍ଥିତି ସୃଷ୍ଟି କରୁଛି ବୋଲି ସାଧାରଣ ରେ ଆଲୋଚନା l ଯାହା ଫଳରେ କିଛି ଦକ୍ଷ ଏବଂ ସଚୋଟ ଅଫିସର ବଳି ପଡନ୍ତି ଏବଂ କିଛି ପୋଲିସ ଅଫିସର ଙ୍କ ବିରୋଧ ରେ କମ୍ପ୍ଲେନ ପିଟିସନ ବି ଫାଇଲ କରି ପୋଲିସ ର ମନ ବଳ ବି ଭାଙ୍ଗିବା ନଜିର ବି ରହିଛି l ତେଣୁ ଜିଲ୍ଲାର ପ୍ରଶାସନିକ ଅଧିକାରୀ ମାଫିଆ ମାନଙ୍କ କଟ ପୁତ୍ତଳା ପରି କାର୍ଯ୍ୟ କରିବାକୁ ବାଧ୍ୟ ହେଉଛନ୍ତି ବୋଲି ବୁଦ୍ଧିଜୀବୀ ଓ ସାଧାରଣ ରେ ଆଲୋଚନା ହେଉଛି l ତେଣୁ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ସୁନ୍ଦର ଏବଂ ଦୁର୍ନୀତି ମୁକ୍ତ ପାଇଁ ଅଫିସର ମାନଙ୍କୁ ସ୍ୱାଧୀନତା ଦେବା ଆବଶ୍ୟକ ବୋଲି ସଚେତନ ନାଗରିକ ଦାବୀ ରଖିଛନ୍ତି l