
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଶରଣକୁଳ ଥାନା ପୋଲିସ ପାଟ୍ରୋଲିଂ କରିଥିବା ବେଳେ ଧୁସୁମା ଗ୍ରାମ ନିକଟରେ ଥିବା ଦୁଆନ୍ଟ ନଦୀ କୂଳରେ ସନ୍ଦେହ ଜନକ ଅବସ୍ଥାରେ ବୁଲୁଥିବା ୨ଜଣ ସନ୍ଦିଗ୍ଧ ଙ୍କୁ ଗିରଫ କରି ସେମାନଙ୍କ ପାଖରୁ ୫୨ ଲିଟର ଦେଶୀ ମଦ ସହିତ ଗୋଟିଏ ବାଇକ ଜବତ କରାଯାଇଛି ।ଗିରଫ ଦୁଇଜଣ ବଡ଼ଗୋରଡ଼ା ଗ୍ରାମର ନାରାୟଣ ସାହୁ(୩୫) ଏବଂ ମହେଶ୍ବର ଦୋରା (୪୫)। ସୂଚନା ଅନୁଯାୟୀ ଶରଣକୁଳ ପୋଲିସ ଏସ.ଆଇ ଭୀମସେନ ମଲ୍ଲିକ, ଏଏସଆଇ ଡି ରବିନ୍ ପାଟ୍ରୋଲିଂ କରୁଥିବା ବେଳେ ଏହି ଦୁଇଜଣ ଅଭିଯୁକ୍ତ ପୋଲିସ ଗାଡ଼ିକୁ ଦେଖି ଦୌଡ଼ି ପଳେଇ ଯିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ସେମାନଙ୍କୁ କାବୁ କରିଥିଲେ । ସେମାନଙ୍କ ଠାରୁ ୫୨ ଲିଟର ମଦ ସହିତ ଗୋଟିଏ ହିରୋହୁଣ୍ଡା ସ୍ପ୍ଲେଣ୍ଡର ମୋଟର ସାଇକେଲ ଓଆର ୨ ବିକ୍ୟୁ ୯୬୮୭ କୁ ଜବତ କରାଯାଇଛି।ଶରଣକୁଳ ପୋଲିସ ଥାନା କେସ ନମ୍ବର ୨୫୨/୨୫ ରେ ମାମଲା ରୁଜୁ କରି ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।
