ସରକାର ଗଛ ଲଗାଉଛନ୍ତି ଟାଟା ପାୱାର ଗଛ କାଟୁଛି, ତେବେ ଗଛ ଲଗାଇବା କାହା ପାଇଁ…?

youtube

ଅବାଧ ଗଛ କଟି ବାକୁ ଟାଟା ପାୱାର କୁ ଶକ୍ତି ଦେଇଛି କିଏ ….??
ବ୍ରହ୍ମପୁର: ସରକାର ଟାଟା ପାୱାର ହାତକୁ ଶକ୍ତି ବିଭାଗ ଟେକିଦେବା ପରେ ନିଜ ମର୍ଜିରେ ଟାଟା ପାୱାର କାର୍ଯ୍ୟ କରୁଛି। ସରକାର ପାଣି ଭଳି ଅର୍ଥ ଖର୍ଚ୍ଚ କରି ଗଛ ଲଗାଉଛନ୍ତି। ଟାଟା ପାୱାର ବିଭିନ୍ନ ଆଳ ଦେଖାଇ କେଉଁଠି ଗଛ କାଟିଦେଉଥିବା ବେଳେ କେଉଁଠି ଫଳନ୍ତି ଗଛର ଡାଳକୁ କାହା ନିର୍ଦ୍ଧେଶ ରେ କାଟୁଛି ବୋଲି ସାଧାରଣ ରେ ପ୍ରଶ୍ନ ଉଠୁଛି। ଟାଟା ପାୱାର ର ଅବାଧ ଗଛ କଟାକୁ ସରକାରଙ୍କ ପକ୍ଷରୁ ବାରଣ କରାଯିବାର ନଜିର ନାହିଁ। ଘରୋଇ କରଣ ପରେ ଟାଟା ପାୱାର ସାଧାରଣ ଗ୍ରାହକଙ୍କ କଥାତ ଶୁଣିବା ଦୂରର କଥା ନିଜ ମର୍ଜିରେ ବିଭିନ୍ନ ଆଳ ଦେଖାଇ ମେଣ୍ଟେନେନ୍ସ ନାଁ ରେ ବିଦ୍ୟୁତ କାଟ କରୁଥିବା ଦେଖିବାକୁ ମିଳୁଛି। ସାମାନ୍ୟ ତ୍ରୁଟି ନେଇ କାର୍ଯ୍ୟାଳୟ କୁ ଗଲେ ଗ୍ରାହକ ଙ୍କୁ ଉତ୍ତମ ବ୍ୟବହାର ନଦେଖାଇ ଏହି ଅଫିସରୁ ସେହି ଅଫିସକୁ ପଠାଯାଉଥିବା ଅଭିଯୋଗ ହେଉଛି। ଜୋର ଜବରଦସ୍ତ ସ୍ମାର୍ଟ ମିଟର ବସାଯାଉଛି। ବିଭିନ୍ନ ଆଳ ଦେଖାଇ ପୂର୍ବରୁ ଥିବା ଭଲ ମିଟର କୁ ବଦଳା ଯାଉଛି। କିଛି କର୍ମଚାରୀ ଟେମ୍ପରିଙ୍ଗ ହେଇଥିବା ଆଳ ଦେଖାଇ ଭୟଭିତ କରି ଅର୍ଥ ଆଦାୟ କରୁଥିବା ବି ଅଭିଯୋଗ ହେଉଛି। ଟାଟା ପାୱାର ର ଅବାଧ ଗଛ କଟା କୁ ତୁରନ୍ତ ବନ୍ଦ କରିବାକୁ ସଚେତନ ମହଲ ରୁ ଦାବୀ ହେଇଛି। ସୂଚନା ଥାଉକି ବିଦ୍ୟୁତ ଖୁଣ୍ଟି ମନ ଇଛା ପୋତି ଚାଲିଛନ୍ତି ଯେମିତି ଉକ୍ତ ଜାଗା ଟାଟା ପାୱାର ର ଏପରିକି ଟ୍ରାନ୍ସଫରମର ସେମାନଙ୍କ ସୁଭିଧା ଜାଗାରେ ଲଗାଇ ଏବଂ ସୁରକ୍ଷା ଅଳ ଦେଖାଇ ପାଚେରୀ ନିର୍ମାଣ କରୁଥିବା ଅଭିଯୋଗ ଆସୁଛି l ଯାହାକି ରାସ୍ତା ସକୀର୍ଣ୍ଣ ହେବା ଫଳରେ ଗମନା ଗମନ ରେ ନାନା ଅସୁବିଧା ହେଉଛି ବୋଲି ବାସିନ୍ଦା ଅଭିଯୋଗ ବାଢିଛନ୍ତି l ଟାଟା ପାୱାର ର ମନମୁଖୀ ରେ ଜନସାଧାରଣ ଅତିଷ୍ଟ ହେଲେଣି ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଦାବୀ ହେଉଛି l

Leave A Reply

Your email address will not be published.