ଜୈବ ସାର ଉତ୍ପାଦନ କେନ୍ଦ୍ର ପରିଦର୍ଶନ କଲେ କୃଷି ବିଶେଷଜ୍ଞ:ବିଷ ଖାଇବା ନାହିଁ କି ବିଷ ଖୁଆଇବା ନାହିଁ ପରାମର୍ଶ…

add-all


ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକର ବିଭିନ୍ନ ସ୍ଥାନ ପରିଦର୍ଶନ କରି ଆଳୀ ଫାଉଣ୍ଡେସନ ଫର ଇକୋଲୋଜିକାଲ ସିକ୍ୟୁରିଟି (ଏଫ. ଇ.ଏସ) ରାଜ୍ୟ ସଂଗଠନର କୃଷି ବିଶେଷଜ୍ଞ ଶ୍ରୀଧର ବେହେରା, ଜୈବିକ ହାଟ ବଜାର ପରିଚାଳିକା ଅରୁଣିମା ସ୍ୱାଇଁ, ନୟାଗଡ଼ ଜିଲ୍ଲା ସଂଯୋଜକ ନିତ୍ୟାନନ୍ଦ ପ୍ରଧାନ,ଓଡ଼ଗାଁ ବ୍ଲକ ସଂଯୋଜକ ନିରଞ୍ଜନ ସାହୁ ଓଡ଼ଗାଁ ବ୍ଲକ କୁରାଳ ଗ୍ରାମ ପଞ୍ଚାୟତ ସ୍ତରୀୟ ମହିଳା ମହାସଂଘ ଦ୍ଵାରା ପରିଚାଳିତ ଜୈବ ସାର ଉତ୍ପାଦନ କେନ୍ଦ୍ର ବୁଲି ଦେଖିବା ସହିତ ମହାସଂଘର କର୍ମକର୍ତ୍ତା, ଏମ.ବି.କେ, କୃଷୀମିତ୍ର ଏବଂ ଜୀବନ ଜୀବିକା ସହାୟକଙ୍କ ସହିତ ଆଲୋଚନା କରି ଜୈବ ସାର ଉତ୍ପାଦନ କେନ୍ଦ୍ରର ଉତ୍ପାଦନ ବୃଦ୍ଧି ଓ ଏହାର ବହୁଳ ବ୍ୟବହାର ପାଇଁ କୌଶଳ ଶିକ୍ଷା ଦେଇଥିଲେ ।ପରେ ରବିଗାଡିଆ ଗ୍ରାମ ପଞ୍ଚାୟତର ମହିଳା ମହାସଂଘ,କୃଷିମିତ୍ର, ପ୍ରଣୀମିତ୍ର ଏବଂ କର୍ମକର୍ତ୍ତାଙ୍କ ସହିତ ସମନ୍ୱିତ ଚାଷ (IFC) ବିକାଶ ପାଇଁ ଆଲୋଚନା କରି ଜୀବନ ଜୀବିକା ସହାୟକ କେନ୍ଦ୍ର(LSC) କାର୍ଯ୍ୟକାରିତା ସମ୍ପର୍କରେ ସମସ୍ତେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । କ୍ଷେତ୍ର ପରିଦର୍ଶନ ପରେ ଓଡ଼ିଶା ଜୀବିକା ମିଶନର ବ୍ଲକ କାର୍ଯ୍ୟକ୍ରମ ପରିଚାଳକ (B.P.M) ସୁରଜ କୁମାର ବେହେରା ଏବଂ Y.P. ଏବଂ BLC ମାନଙ୍କ କ୍ଷେତ୍ରରେ ପରଖିଥିବା ଅନୁଭୂତି ଏବଂ FES ଓ OLM ର ସହଯୋଗରେ ବ୍ଲକର ଚାଷ ଓ ଚାଷୀଙ୍କ ଉନ୍ନତି ସମ୍ପର୍କରେ ମିଳିମିଶି କାର୍ଯ୍ୟ କଲେ ସଫଳତା ମିଳିବ ବୋଲି ଆଲୋଚନା ମାଧ୍ୟମରେ ନିଷ୍ପତି କରାଗଲା ।
ଅପରାହ୍ନରେ ପିମିଟି(PMIT) କଲେଜର ଛାତ୍ରଛାତ୍ରୀ ମାନଙ୍କ ସହିତ ‘ପ୍ରକୃତି ପାଇଁ ଯୁବଶକ୍ତି’ ଶୀର୍ଷକ ଆଲୋଚନା କରାଯାଇଥିଲା । ଏହି ଆଲୋଚନା ଚକ୍ରରେ କଲେଜର ଅଧ୍ୟକ୍ଷ (+୨ ଓ +୩) , FES ର କର୍ମକର୍ତ୍ତା, ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ଅଶୋକ କୁମାର ମହାପାତ୍ର ଏବଂ କଲେଜର ଅଧ୍ୟାପକ ମାନେ ଅଂଶ ଗ୍ରହଣ କରି ପରିବେଶ ସୁରକ୍ଷା ,ବିଷ ମୁକ୍ତ ଚାଷ ଓ ବିଷ ମୁକ୍ତ ଖାଦ୍ୟ ପାଇଁ ଗାଁରେ ସମସ୍ତ ପରିବାରରେ ବାର୍ତ୍ତା ପହଞ୍ଚାଇବା ନିଜ ମହାବିଦ୍ୟାଳୟରେ ଥିବା ବୃକ୍ଷଲତା ଓ ଜୀବଜନ୍ତୁ ତଥା କୀଟ ପତଙ୍ଗ ମାନଙ୍କର ତାଲିକା ପ୍ରସ୍ତୁତ କରିବା ଓ ତାହାର ଉପକାରିତା ସମ୍ପର୍କେ ଆଲୋଚନା କରାଯାଇ ପ୍ରତିମାସରେ ଗୋଟିଏ ଦିନ ଆଲୋଚନା ଚକ୍ର ପାଇଁ ଛାତ୍ରଛାତ୍ରୀ, ଅଧ୍ୟକ୍ଷ ଓ ଅଧ୍ୟାପକ ମାନେ ସହମତି ପ୍ରଦାନ କରିଥିଲେ।

ad-week
Leave A Reply

Your email address will not be published.