ମନ୍ତ୍ରୀ ଓ ବିଧାୟକ ଙ୍କ ବୋଲ ନମାନିବା,ଏଜେଣ୍ଟ ନହେବା ପଡିଲା ମହଙ୍ଗା…!

ସ୍ୱଳ୍ପ ସମୟ ମଧ୍ୟରେ ହେଲା ଆସିକା ବିଡ଼ିଓ ଙ୍କ ବଦଳୀ…..!

add-all

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ନେତାଙ୍କ ରାଜ ବୋଲ ନ ମାନିଲେ ଜିଲ୍ଲା ଛାଡ଼ ବୋଲି ପୂର୍ବରୁ ନିସର୍ତ୍ତ ରେ ଖବର ପ୍ରକାଶ ହୋଇଥିଲା। ତାହାର ଫୋଲୋପ୍ ଏବେ ଆସିକା ଅଞ୍ଚଳରେ ଦେଖିବାକୁ ମିଳିଛି। ଆସିକା ବିଡ଼ିଓ ଲିପିନା ଦାସ ନୂତନ ସରକାର ଆସିବାର କିଛି ମାସ ପରେ ଆସିକା ବିଡ଼ିଓ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଆମ ଲେଖା ଛିଡାଅ ନହେଲେ ଚୌକି ଛାଡ଼ କହି ନାଲି ଆଖି ଦେଖଉଥିବା ନେଇ ଚର୍ଚ୍ଚା ହେଉଥିଲା। ଆସିକା ବ୍ଲକର ଦୁଇଟି ପଞ୍ଚାୟତକୁ କୁଆଡ଼େ ସୋଲାର ଲଗାଇବା ପାଇଁ ନିର୍ଦ୍ଧେଶ ଆସିଥିଲା। ସୋଲାର ପାଇଁ ଦିଆନିଆ ରେ କୁଆଡ଼େ କଥା ଛିଡି ନଥିବା ଆଲୋଚନା ହୋଇଥିଲା। ଜିଲ୍ଲାପାଳ ମାନଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀରେ ଲୋକଙ୍କ ମୁଖ୍ୟମନ୍ତ୍ରୀ ପ୍ରଶାସନ ଅଧିକାରୀ ମାନଙ୍କୁ ଏକ ସନ୍ଦେଶ ଦେଇଥିଲେ ନିର୍ବାଚିତ ପ୍ରତିନିଧି ମାନଙ୍କୁ ଭଲ ବ୍ୟବହାର ଓ ସେମାନଙ୍କ ଅଭିଯୋଗ ଶୁଣ ବୋଲି। ମୁଖ୍ୟମନ୍ତ୍ରୀଙ୍କ କଥା ସତ ହେଲାକି ବୋଲି ଆସିକା ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ବିଡ଼ିଓଙ୍କ ବଦଳୀ ଆଦେଶ ନାମା ଆସିବା ପରେ ନିସର୍ତ୍ତ ର ପୂର୍ବ ଅନୁମାନ ସତ ହେଲା। ଡ଼ବଲ ଇଞ୍ଜିନ ସମୟରେ ବୋଲ ନମାନିଲେ ଏଭଳି ଅବସ୍ଥାର ସମ୍ମୁଖୀନ ହେବେ ବୋଲି ସାଧାରଣ ରେ ଆଲୋଚନା ର ବିଷୟ ପାଲଟିଛି।

ad-week
Leave A Reply

Your email address will not be published.