
ମାଲକାନଗିରି : ବିଶିଷ୍ଟ ରାଜନୀତିଜ୍ଞ ତଥା ଜନନାୟକ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ମାଲକାନଗିରି ଜିଲ୍ଲା ରେ ପାଳିତ ହୋଇଯାଇଛି । ଆଜି ମାଲକାନଗିରି ଜିଲ୍ଲା ସଦର ମହାକୁମା ସ୍ଥିତ ବଙ୍ଗାଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ହରେକୃଷ୍ଣ ବାରିକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଜୟନ୍ତୀ ଉତ୍ସବ ରେ ମୁଖ୍ୟଅତିଥି ଭାବେ ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ, ମୁଖ୍ୟଵକ୍ତା ଭାବେ ପୂର୍ବତନ ସାହିତ୍ୟ ଏକାଡେମୀ ସଦସ୍ୟ ସାମ୍ବାଦିକ ରତ୍ନାକର ଦାଶ, ସମ୍ମାନୀତ ଅତିଥି ଭାବେ ବରିଷ୍ଠ ଶିକ୍ଷୟତ୍ରୀ ପ୍ରଭାରାଣୀ ଦାସ ଓ ପ୍ରମିଳା ଦେବୀ ଉପସ୍ଥିତ ରହି ବିଦ୍ୟାଳୟ ପରିସର ରେ ପ୍ରତିଷ୍ଠିତ ଉତ୍କଳ କେଶରୀ ଡ. ହରେ କୃଷ୍ଣ ମହତାବ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଡ. ମହତାବ ଏକାଧାରରେ ଗାନ୍ଧି ବାଦୀ, ସ୍ଵାଧୀନତା ସଂଗ୍ରାମୀ, ରାଷ୍ଟ୍ରନୀତିଜ୍ଞ, କୂଟନୀତିଜ୍ଞ, ଐତିହାସିକ, ଶିଶୁସାହିତ୍ୟିକ, ଔପନ୍ୟାସିକ, କବି, ନାଟ୍ୟକାର, ପ୍ରାବନ୍ଧିକ, ନିଭୀକ କରିତ୍କର୍ମା ଓ ନବ ଉତ୍କଳର ନିର୍ମାତା ଥିଲେ ।
ତାଙ୍କର ତ୍ୟାଗ, ତିତିକ୍ଷା ଓ ସେବା ଜାତି ତଥା ଦେଶ ପାଇଁ ଅବିସ୍ମରଣୀୟ ମହାନ୍ ଦାନ । ଉତ୍କଳଭୂମିର ଅନ୍ୟତମ ବରପୁତ୍ର ଓ ସୁଯୋଗ୍ୟ ସନ୍ତାନ ହେଉଛନ୍ତି ସ୍ୱର୍ଗତ ଡକ୍ଟର ହରେକୃଷ୍ଣ ମହତାବ । ତାଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ଭଲ ମଣିଷ ହେବା ପାଇଁ ଅତିଥିମାନେ ଛାତ୍ର ଛାତ୍ରୀ ଙ୍କୁ ଦିଗଦର୍ଶନ ଦେଇ ଥିଲେ। ବିଦ୍ୟାଳୟ ର ଛାତ୍ରୀମାନେ ଦେଶାତ୍ମକବୋଧ ସଙ୍ଗୀତ ଗାନ କରିଥିଲେ। ଏହି ଅବସର ରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ, ଶିକ୍ଷକ,ଶିକ୍ଷୟତ୍ରୀ ଉପସ୍ଥିତ ରହି ଡ. ମହତାବ ଙ୍କ ସ୍ମୃତିଚାରଣ କରିଥିଲେ ।