ଧର୍ମାନ୍ତରୀକରଣ ବିରୋଧରେ ତାତିଲେ ଗାଁ ମହିଳା

youtube

ମାଲକାନଗିରି : କୁଡୁମୁଲୁଗୁମ୍ମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନାଲିଗୁଡା ଓ ରେନସୁଭାଟା ଗାଁ ମହିଳା ମାନେ ଧର୍ମାନ୍ତରୀକରଣ ଓ ଏହାର କାର୍ପେଟଦାର ମାନଙ୍କ ବିରୋଧରେ ଏକଜୁଟ ହେବାସହ ଲିଖିତ ଆକାରରେ କୁଡୁମୁଲୁଗୁମ୍ମା ଫାଣ୍ଡିରେ ଏତଲା ଦେଇଛନ୍ତି । ପ୍ରକାଶ ଥାଉକି ଯେ ଗତ ୧୬ ତାରିଖରେ ନାଲିଗୁଡା ଠାରେ ନିର୍ମିତ ଚର୍ଚ୍ଚ କୁ କିଛି ଦୁର୍ବୃତ ଭାଙ୍କି ଦେଇଥିବା ଅଭିଯୋଗ ଖ୍ରିଷ୍ଟିଆନ ସମାଜ ପକ୍ଷରୁ ଦିଆଯାଇଥିଲା ଯାହାକୁ ସେହି ଗ୍ରାମର ଲୋକ ଓ ମହିଳାମାନେ ସମ୍ପୁର୍ଣ୍ଣ ଭାବେ ଖଣ୍ଡନ କରିବା ସହ କହିଥିଲେ ଯେ ଯେଉଁମାନଙ୍କ ନାମରେ ଅଭିଯୋଗ କରାଯାଇଛି ତାହା ସମ୍ପୁର୍ଣ୍ଣ ଭାବେ ମିଥ୍ୟା ପ୍ରରୋଚନା ଓ ପରିକଳ୍ପିତ । ଏଭଳି ମିଥ୍ୟା ଅଭିଯୋଗ ଦେଇ ସେମାନେ ଆମ ମନୋବଳକୁ ଦୁର୍ବଳ କରିବାକୁ ପ୍ରୟାସ କରିବା ସହ, ଏହି ଅଞ୍ଚଳରେ କିଛି ପ୍ରଲୋଭନ ଓ କିଛି ଚକ୍ରାନ୍ତ କାରୀ ଦ୍ଵାରା ନିରିହ ଆଦିବାସୀଙ୍କ ସରଳତାର ସୁଯୋଗ ନେଇ ମିଥ୍ୟା ମନ୍ତବ୍ୟ ଦେଇ ଧର୍ମାନ୍ତରୀକରଣ କାୟାକୁ ଆହୁରି ସୁଦୃଢ଼ ଓ ପ୍ରସାରିତ କରିବା ମୁଖ୍ୟ ହୀନ ଉଦ୍ଦେଶ୍ୟ ବୋଲି କହିଛନ୍ତି ।

ଆଜି ଏକ ବିବାଦୀୟ ଘଟଣାକ୍ରମେ ଉକ୍ତ ଅଞ୍ଚଳର ଚର୍ଚ୍ଚ କୁ, କୁଡୁମୁଲୁଗୁମ୍ମା ର ଜଣେ ପାଷ୍ଟର ଏସ୍.ଆମୋସ ଙ୍କ ନେତୃତ୍ବରେ ୫ ଜଣ ଖ୍ରିଷ୍ଟ ସମାଜର ବ୍ୟକ୍ତି ବିଶେଷ ଯାଇ ଭଙ୍ଗା ଘରର ତାଲା ଖୋଲି ପ୍ରବେଶ କରିଥିଲେ, କିନ୍ତୁ ସେହି ସମୟରେ ରେନସୁଭଟା ର କିଛି ଆଦିବାସୀ ମହିଳା ସେହି ବାଟ ଦେଇ ଗୁମ୍ମା ଆସୁଥିବା ବେଳେ ଘଟଣାକୁ ଦେଖିଥିଲେ ଓ ବିନା ପ୍ରଶାସନ ଅନୁମତିରେ ସେହି ବିବାଦୀୟ ଭଙ୍ଗା ଚର୍ଚ୍ଚ କୁ କାହିଁକି ପ୍ରବେଶ କଲେ ବୋଲି ପଚାରିଥିଲେ, ଏତିକି ଶୁଣି ପାଷ୍ଟର ମହାଶୟ ଚିହିଁକି ଉଠିବା ସହ କହିଥିଲେ ଯେ ଉକ୍ତ ଘରକୁ ଆମେ ନୂତନ ଭାବେ ସ୍ଲାବ କରିବୁ ଓ ଏଥିରେ ତୁମର କିଛି ଆବଶ୍ୟକତା ନାହିଁ କହିବା ସହ ନାନା ଅଶ୍ଲିଳ ଭାଷାରେ ସେମାନଙ୍କ ଜାତି ଓ ଖାସକରି ହିନ୍ଦୁ ଧର୍ମ କୁ ଆକ୍ଷେପ କରି ଗାଳିଗୁଲଜ କରିଥିଲେ ବୋଲି କହିଥିଲେ । ଏନେଇ ଉକ୍ତ ମହିଳାମାନେ ଆଜି ଅପରାହ୍ନରେ କୁଡୁମୁଲୁଗୁମ୍ମା ଫାଣ୍ଡିରେ ଏକ ପାଲଟା ଏତଲା ଦେବା ସହ କହିଛନ୍ତି ଯେ, କିଛି ଲୋକ ବ୍ୟକ୍ତିଗତ ସ୍ୱାର୍ଥ ଓ ମନ୍ଦ ଉଦ୍ଧେଶ୍ୟ ରଖି କିଛି ଟଙ୍କା ପାଇବା ଆଶାରେ ନିରିହ ଆଦିବାସୀ ମାନଙ୍କୁ ତାଙ୍କ ମୂଳ ଧର୍ମରୁ ବିଚ୍ୟୁତ କରି ଖ୍ରିଷ୍ଟିଆନ ଧର୍ମରେ ସାମିଲ କରିବା ପାଇଁ ଅନବରତ ଚକ୍ରାନ୍ତ ଚଳାଇଛନ୍ତି , ଯାହା ଫଳରେ ସରଳ ଆଦିବାସୀ ମାନେ ସେମାନଙ୍କ ତାଲ୍ ରେ ପଶି ଯାଉଛନ୍ତି । ସେମାନଙ୍କ ଦାବି ଯେ ଧର୍ମାନ୍ତରୀକରଣ କାର୍ଯ୍ୟକ୍ରମ ପାଇଁ ଆସୁଥିବା ଟଙ୍କା ର ଉତ୍ସ କଣ ଓ କେଉଁ କେଉଁ ସ°ସ୍ଥା ଏ ବାବଦରେ ଚର୍ଚ୍ଚ ନିର୍ମାଣ ପାଇଁ ଅର୍ଥ ବରାଦ କରିଛନ୍ତି, ତାହାର ଟିକିନିଖି ତଦନ୍ତ ସହ ଦୋଷୀ ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସ ଓ ପ୍ରଶାସନକୁ ଅନୁରୋଧ କରିଛନ୍ତିି ।

Leave A Reply

Your email address will not be published.