
ମାଥିଲି : ଆଜି ଠାରୁ ଆରମ୍ଭ ହେଲା ଛତିଶଗଡ ଓଡିଶା ସୀମା ସୋଡିଗୁଡା ଗାଁରୁ ପରାବର୍ତ୍ତନ ର ପର୍ବ l କିଛି ବର୍ଷତଳେ କୋୟା ଜନଜାତଟି ରୁ ଅଲଗା ହୋଇ ଖ୍ରୀଷ୍ଟ ଦିକ୍ଷିତ ସମାଜରେ ପରିବର୍ତ୍ତିତ ହୋଇଥିବା 17 ଟି ପରିବାରର ସମସ୍ତ ସଦସ୍ୟ ନିଜର ଭୁଲ ବୁଝିପାରି ଆଜି ସର୍ବ ସହମତିରେ କମାରପାଲି ସରପଞ୍ଚ ଯୋଗୀ ମାଢି ଓ କୋୟା ସମାଜର ମଥିଲି ବ୍ଲକ ସଭାପତି ଶ୍ରୀ ବସନ୍ତ ମାଢି ଙ୍କ ଉପସ୍ଥିତିରେ ନିଜଧର୍ମକୁ ଫେରିଆସିଥିଲେ l ଆଜିର ଉତ୍ସବରେ ସେମାନେ ନିଜ ଜାତିରେ ମିଶିବା ପାଇଁ ଅନେକ ଦିନରୁ ବ୍ୟାକୁଳ ଥିଲେ l କିନ୍ତୁ ତାଙ୍କ ପରିବାରର ସମ୍ପର୍କୀୟ ମାନେ ମଧ୍ୟ ଆଜିର ଏହି ଉତ୍ସବର ଦିନଟିକୁ ଜଗିବସିଥିଲେ l
ଆଜି ସେହି ପବିତ୍ର ସମୟ ଆସିଥିଲାଏହି କାର୍ଯ୍ୟକ୍ରମରେ ନିକଟ ଗ୍ରାମରୁ ମଧ୍ୟ ଅନେକ ପୁରୁଷ ଓ ମହିଳାମାନେ ଏହି ପରାବର୍ତ୍ତନ କାର୍ଯ୍ୟକ୍ରମରେ ଭାଗ ନେବାସହ ସମସ୍ତଙ୍କୁ ଚନ୍ଦନ, ସିନ୍ଦୁର ମଥାରେ ଦେଇ ହୁଳହୁଳି ସହ ଫୁଲ, ହଳଦିଆ ଚାଉଳ ସମସ୍ତଙ୍କ ଉପରେ ପକାଇ ଦେଇ ନିଜ ଜାତି ଭାଇ ଭଉଣୀ ମାନଙ୍କୁ ସ୍ଵାଗତ କରିଥିଲେ l ଆଗାମୀ ଦିନରେ ଏହି ଘର ବାହୁଡା କାର୍ଯ୍ୟ ଆହୁରି ଜୋରସୋରରେ କରାହେବା ବୋଲି କୋୟା ସମାଜର ଗୁରୁ ଇନ୍ଦ୍ରା ମାଡକାମୀ ମାନେ କହିଛନ୍ତି l