ବନ ବିଭାଗ ଦ୍ଵାରା ୪୮ ଖଣ୍ଡ ଶିଶୁ କାଠ ଜବତ…

add-all

ମାଲକାନଗିରି, ୧୩।୧୧ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବନାଞ୍ଚଳ ଅଧୀନରେ ଥିବା ମାଟାମକୋଣ୍ଡା ଅଞ୍ଚଳରେ ବନ କର୍ମଚାରୀଙ୍କ ଦ୍ୱାରା ଫୁଟ ପାଟ୍ରୋଲିଂ ସମୟରେ ୪୮ଟି ସିଶୁ କାଠ ଜବତ କରାଯାଇଛି। ଜବତ ହୋଇଥିବା ବନଉତ୍ପାଦକୁ ଚିତ୍ରକୋଣ୍ଡା ବନାଞ୍ଚଳ କାର୍ଯ୍ୟାଳୟରେ ରଖା ଯାଇ ଘଟଣାର ତଦନ୍ତ ଜାରି ରହିଛି। ବନ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ଚିତ୍ରକୋଣ୍ଡା ବନ ବିଭାଗର ବନ କର୍ମଚାରୀ ମାନେ ଚାଲି ଚାଲି ମାଟାମକୋଣ୍ଡା ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ବେଳେ ସେଠାରେ କିଛି ଗଛ କାଟି ସେଥିରୁ କାଠ ବାହାର କରି ଗଚ୍ଛିତ ହୋଇଥିବା ଦେଖିବାକୁ ପାଇଥିଲେ। ତେବେ ଏହି କାଠ ଗୁଡିକୁ ଚୋରା ଚାଲାଣ ପାଇଁ ଗଚ୍ଛିତ ରଖା ଯାଇଥିବା ବେଳେ ଏହାକୁ ବନ କର୍ମଚାରୀ ମାନେ ଜବତ କରିବା ସହ ଚିତ୍ରକୋଣ୍ଡା ବନ କାର୍ଯ୍ୟଳୟକୁ ନେଇଯାଇଥିଲେ। ଜବତ କାଠର ମୂଲ୍ୟ ଲକ୍ଷାଧିକ ଟଙ୍କା ହୋଇଥିବା ବେଳେ ଏହି କାଠ କିଏ ଗଚ୍ଛିତ ରଖିଥିଲା ସେନେଇ ବନ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି।

ad-week
Leave A Reply

Your email address will not be published.