ବର୍ଜ୍ୟବସ୍ତୁ ରେ ସୁନ୍ଦର ଘରସଜ୍ଜା ସାମଗ୍ରୀ ପ୍ରସ୍ତୁତ…

add-all


ଚିକିଟୀ:–ଗଞ୍ଜାମ ଜିଲ୍ଲା ଚିକିଟୀ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ରାଜକବି ରାଧାମୋହନ ବିଦ୍ୟାପୀଠ ଠାରେ ସ୍ୱଚ୍ଛତା ହିଁ ସେବା ଆନୁକୂଲ୍ୟରେ ଶୁକ୍ରବାର ଦିନ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବର୍ଜ୍ୟବସ୍ତୁ କୁ ନେଇ ଏକ ପ୍ରଦର୍ଶନୀ ମେଳା ଆୟୋଜିତ ହୋଇଯାଇଛି।ଏହି ମେଳାରେ ତହସିଲଦାର ଶ୍ରୀ ବିଶ୍ୱରଞ୍ଜନ କଂହର ଓ ଏସଡିପିଓ ଶ୍ରୀ କୃଷ୍ଣଚନ୍ଦ୍ର ଭାତ୍ରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିୟ ଅତିଥି ଭାବେ ଚିକିଟୀ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦୀପା କୁମାରୀ ସାହୁ, କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ କୁଲଦୀପ କୁମାର ଓ ସମସ୍ତ କାଉନ୍ସିଲର ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ଅଞ୍ଚଳର ସମସ୍ତ ସରକାରୀ ଓ ଘରୋଇ ସ୍କୁଲର ପ୍ରାୟ ୧୫୦ ଛାତ୍ରଛାତ୍ରୀ ଯୋଗ ଦେଇ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ରୁ ବାହାରୁଥିବା ବର୍ଜ୍ୟବସ୍ତୁ କୁ କିପରି ସୁନ୍ଦର ଘରସଜ୍ଜା ସାମଗ୍ରୀ ପ୍ରସ୍ତୁତ

କରିପାରିବେ ତାହା ଆୟୋଜିତ ମେଳା ମାଧ୍ୟମରେ ନିୟୋଜିତ କରିଥିଲେ।ଏହି ମେଳାରେ ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହୀତ କରିଥିଲେ। ତହସିଲଦାର ପ୍ଲାଷ୍ଟିକ ସାମଗ୍ରୀ ଓ ବର୍ଜ୍ୟବସ୍ତୁ ଦ୍ୱାରା ପରିବେଶ ପ୍ରଦୂଷଣ ସକାଶେ କିପରି ଦାୟୀ ଓ ତାର କିପରି ନିରାକରଣ କରିପାରିବା ତାହା ଉପରେ ସଚେତନା ବାର୍ତ୍ତା ଦେଇଥିଲେ।ପରିଶେଷରେ ଭଲ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରଷ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମ କୁ ଶିକ୍ଷକ, ଶିକ୍ଷୟତ୍ରୀ ଓ ଅଭିଭାବକ ମାନେ ସମର୍ଥନ କରି ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଜ୍ଞାପିତ ଅଞ୍ଚଳର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ ରୂପାୟନ ଦେଇଥିଲେ।

ad-week
Leave A Reply

Your email address will not be published.