ଶିଶୁଙ୍କ ପାଇଁ ଦିନଟିଏ ’’ ଶୀର୍ଷକ ଆଲୋଚନା କର୍ମଶାଳା ଅନୁଷ୍ଠିତ…

add-all

ଫୁଲବାଣୀ : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଜିଲ୍ଲା ପ୍ରଶାସନ ସହଯୋଗରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ତରଫରୁ ‘’ ଶିଶୁଙ୍କ ପାଇଁ ଦିନଟିଏ ’’ ଶୀର୍ଷକ ଆଲୋଚନା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଶିଶୁ ମାନଙ୍କର ସମସ୍ୟା- ଏହାର ତର୍ଜମା ଓ ସମାଧାନ ପାଇଁ ଅତିଥିମାନେ ସୁଚିଷ୍ଠିତ ମତାମତ ପ୍ରଦାନ କରିଥିଲେ । କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶିଶୁମାନଙ୍କ ପାଇଁ ଥ‌ିବା ସରକାରୀ ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କ ସହଯୋଗ ଆବଶ୍ୟକ ବୋଲି କହିଥିଲେ।ପାୱାର ପଏଣ୍ଡ ମାଧ୍ୟମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରଶ୍ମିତା କରନ୍ ସରକାରଙ୍କର ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ଯେପରିକି ଗ୍ରନ୍ ପ୍ୟାସେଜ୍ ଯୋଜନା, ବିଜୁ ଶିଶୁ ସୁରକ୍ଷା ଯୋଜନା ତଥା ବେଟି ପଢ଼ାଅ-ବେଟି ବଂଚାଅ ଆଦି ଯୋଜନା ଉପରେ ଆଲୋଚନା କରିଥିଲେ। ସେହିପରି ଆକ୍ସନ୍ ଏଡ୍ ଜିଲ୍ଲା ସଂଯୋଜିକା ସନ୍ଧ୍ୟାରାଣୀ ନାୟକ ବାଲ୍ୟ ବିବାହ ମୁକ୍ତ ମଡେଲ ଉପରେ କିଛି ତଥ୍ୟ ପ୍ରଦାନ କରିବା ସହିତ କିଶୋରୀ ବାଳିକା ମାନଙ୍କର ଗର୍ଭଧାରଣ ଏବଂ ତା’ର କୁପରିଣାମ ଉପରେ ଆଲୋଚନା କରିଥିଲେ। ଆଗାମୀ ଦିନରେ ଏହା ଉପରେ ଅଧ‌ିକ ମାତ୍ରାରେ ଜନ ସଚେତନତାର ଆବଶ୍ୟକତା ରହିଛି ବୋଲି ଶ୍ରୀମତୀ ନାୟକ କହିଥିଲେ । ବିଭିନ୍ନ ସମସ୍ୟାକୁ ନେଇ ସର୍ବ ସମ୍ମତି କ୍ରମେ ଆକ୍ସନ ପ୍ଲାନ କରାଯାଇଥିଲା।
ଆଜିର ଏହି ଆଲୋଚନା ଚକ୍ରରେ ଡେପୁଟି କଲେକ୍ଟର ବିସ୍ତୀମୟୀ ପ୍ରଧାନ, ଅତିରିକ୍ତ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା. କଲ୍ୟାଣୀ ମିଶ୍ର, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ରଜତ କୁମାର ଦିଗାଲ, ଶିଶୁ ସଂପର୍କୀତ କାର୍ଯ୍ୟ କରୁଥିବା ସମସ୍ତ ବିଭାଗୀୟ ଅଧିକାରୀ, ଶିକ୍ଷକ, ଅଧ୍ୟକ୍ଷ, ଆକ୍ସନ୍ ଏଡ୍, ବନବାସୀ, ପ୍ରେମ୍, ଜନ ବିକାଶ ଆଦି ସ୍ଵେଚ୍ଛାସେବୀ ଅନୁଷ୍ଠାନର ମୁଖ୍ୟ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସମସ୍ତ ସଦସ୍ୟ/ସଦସ୍ୟା ଯୋଗଦେଇଥିଲେ ।

ad-week
Leave A Reply

Your email address will not be published.