ମା ବାଳକୁମାରୀଙ୍କ ଶିଖର ପୀଠରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ…

add-all

ଚିକିଟୀ–ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଚିକିଟୀ ବ୍ଲକର ମା ବାଳକୁମାରୀଙ୍କ ଶିଖର ପୀଠ ରେ ଚିକିଟୀ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦୀପା କୁମାରୀ ସାହୁ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ କୂଳଦୀପ କୁମାରଙ୍କ ମିଳିତ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଏସଡିପିଓ ଶ୍ରୀ କୃଷ୍ଣଚନ୍ଦ୍ର ଭାତ୍ରା, ତହସିଲଦାର ଶ୍ରୀ ବିଶ୍ୱରଞ୍ଜନ କଂହର ଓ ବିଡିଓ ଶ୍ରୀ ହଳଧର ଶବର ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ଶ୍ରୀ ସୁରେନ୍ଦ୍ର ନାଥ ମଣ୍ଡଳ ଓ ସମସ୍ତ କାଉନ୍ସିଲର ଯୋଗ ଦେଇଥିଲେ। ମହାତ୍ମାଗାନ୍ଧୀଙ୍କ ବାର୍ତ୍ତା ଘରେଘରେ କିପରି ପହଞ୍ଚି ଲୋକେ କିପରି ସ୍ୱଚ୍ଛତା ଅବଲମ୍ବନ କରିପାରିବେ ଏହି କାର୍ଯ୍ୟକ୍ରମର ମୂଳ ଉଦ୍ୟସ ବୋଲି ତହସିଲଦାର ଶ୍ରୀ ବିଶ୍ୱରଞ୍ଜନ କଂହର ପ୍ରକାଶ କରିଥିବା ବେଳେ କାର୍ଯ୍ୟନିର୍ବାହୀ ଅଧିକାରୀ କୂଳଦୀପ କୁମାର ସ୍ଵଛତା ହିଁ ସର୍ବରୋଗର ଔଷଧ ବୋଲି ପ୍ରକାଶ କରିବା ସହ ଏକ ଘଣ୍ଟା ଧରି ଶିଖର ପୀଠରେ ସଫେଇ କାର୍ଯ୍ୟ କରିଥିଲେ।ଏହି କର୍ଯ୍ୟକ୍ରମ ଯୁବପିଢ଼ି ଦ୍ୱାରା ହିଁ ଘରେ ଘରେ ସ୍ୱଚ୍ଛତାର ବାର୍ତ୍ତା ପହଞ୍ଚି ପାରିବ ବୋଲି ଚିକିଟୀ ଅଧ୍ୟକ୍ଷା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ମତବ୍ୟକ୍ତ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ପରିଷଦର ଅନେକ ସମାଜସେବୀ,ସ୍ୱଚ୍ଛସାଥୀ,ସଫେଇ କର୍ମକର୍ତ୍ତା, ଅଫିସ କର୍ମଚାରୀ,କଲେଜ ଛାତ୍ର ଛାତ୍ରୀ ଓ ବିଜୁ ଜନତା ଦଳର କର୍ମକର୍ତ୍ତା ମାନେ ଯୋଗ ଦେଇଥିବା ବେଳେ ମନ୍ଦିର ପରିଚାଳନା କମିଟି ପୂର୍ଣ୍ଣ ସହଯୋଗ କରି କାର୍ଯ୍ୟକ୍ରମଟିକୁ ସଫଳ ରୂପାୟନ ଦେଇଥିଲେ।

ad-week
Leave A Reply

Your email address will not be published.