ବିଜୁ ଜନତା ଦଳର ଜନସମ୍ପର୍କ ଓ ପଦଯାତ୍ରା ପାଇଁ ପ୍ରସ୍ତୁତି ବୈଠକ…

add-all

ଫୁଲବାଣୀ : ଫୁଲବାଣୀ ଜିଲ୍ଲା ବିଜେଡ଼ି ମୁଖ୍ୟ କାର୍ଯ୍ୟାଳୟ ଠାରେ ଜିଲ୍ଲା ସଭାପତି ସରୋଜ କର୍ଣ୍ଣଙ୍କ ସଭାପତିତ୍ୱରେ ଫୁଲବାଣୀ ନିର୍ବାଚନ ମଣ୍ଡଳୀର ଚାରୋଟି ବ୍ଲକ ଏବଂ ମୁନିସିପାଲିଟିକୁ ନେଇ ଆସନ୍ତା ଅକ୍ଟୋବର ଦୁଇ ତାରିଖ ଗାନ୍ଧୀ ଜୟନ୍ତୀ ଠାରୁ ୧୧ ଅକ୍ଟୋବର ପର୍ଯ୍ୟନ୍ତ ହେବାକୁ ଥିବା ଜନସମ୍ପର୍କ ପଦଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ସଭାପତି ସରୋଜ କର୍ଣ୍ଣଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁରଙ୍କ ଅଧ୍ୟକ୍ଷତାରେ ସମଗ୍ର ଫୁଲବାଣୀ ନିର୍ବାଚନ ମଣ୍ଡଳୀରେ କିପରି ଜନସମ୍ପର୍କ ପଦଯାତ୍ରା ସଫଳ ରୂପାୟନ ହୋଇ ପାରିବ ସେ ନେଇ ଉପସ୍ଥିତ କର୍ମୀଙ୍କ ସହ ଆଲୋଚନା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବିଜୁ ଯୁବ ସଭାପତି ବିଷ୍ନୁ ଚରଣ ମଲ୍ଲିକ, ଛାତ୍ର ସଭାପତି ସୁନୀଲ ସେଠୀ,ଜିଲ୍ଲା ସାଧାରଣ ସମ୍ପାଦକ ବିରୂପାକ୍ଷ ପଣ୍ଡା, ନଗର ସଭାପତି ବିମଳେନ୍ଦୁ ପାଢୀ, ୪ ଟି ବ୍ଳକର ଅଧ୍ୟକ୍ଷ ଅଧ୍ୟକ୍ଷାଙ୍କ ସମେତ ନଗର ସାଧାରଣ ସମ୍ପାଦକ ବିକ୍ରମ ବେହେରା,ପାର୍ଥ ବିଶ୍ଵାଳ, ଖଜୁରୀପଡ଼ା ବ୍ଲକ୍ ଅଧ୍ୟକ୍ଷା ଅନିମା କହଁର, ଫୁଲବାଣୀ ପୌର ପରିଷଦର ସମସ୍ତ ବିଜେଡି କାଉନସିଲର, ଓ ପ୍ରତ୍ୟେକ ୱାର୍ଡର ସଭାପତି, ଉପସଭାପତି, ସମ୍ପାଦକ ଓ ସହ ସମ୍ପାଦକ ମାନେ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.