ବିଧାୟକଙ୍କ ନାମରେ ମିଥ୍ୟା ଅପପ୍ରଚାର ପାଇଁ କ୍ଷମା ମାଗୁ କଂଗ୍ରେସ, ଦାବି କଲା ବିଜେଡ଼ି

add-all


ରାଜନଗର,: 30.09.023: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ସଦର ମହକୁମାରେ ଭିତରକନିକା ଦ୍ୱରା ଦେଶରେ ଜଙ୍ଗଲ ଜମିରେ ଗଢି ଉଠିଥିବା ସ୍ୱାଦ ହୋଟେଲ କୁ ନେଇ ବିରୋଧୀ କଂଗ୍ରେସ ବିଧାୟକ ଶ୍ରୀଯୁକ୍ତ ଧୃଵ ସାହୁ ଏଥିରେ ସମ୍ପୃକ୍ତ ଥିବାନେଇ ରାଜରାସ୍ତାକୁ ଅହ୍ଲାଇ ବିଧାୟକଙ୍କ କୁଶପୁତ୍ତଳିକା ଦାହ କରିଥିଲା | ସେହି ପରିପ୍ରେକ୍ଷି ରେ ଆଜି ଶନିବାର ରାଜନଗର ସ୍ଥିତ କେ ସି ହାଉସ ଠାରେ ବ୍ଲକ ବିଜେଡ଼ି ସଭାପତି ନିରଞ୍ଜନ ରାଉତ ଓ ମିଡ଼ିଆ ସେଲ୍ ସଂଯୋଜକ ଵିଜୟ ନାୟକଙ୍କ ମିଳିତ ଉଦ୍ୟମରେ ସାମ୍ବାଦିକ ସମ୍ମିଳନୀ ଡକା ଯାଇଥିଲା | ଏହି ସମ୍ମିଳନୀରେ ଭିତରକନିକା ସ୍ଥିତ ବାଙ୍କୁଆଳ ମୌଜାର ଖାତା ନମ୍ବର -6/1,ପ୍ଲଟ ନମ୍ବର -35 ରେ ଥିବା 24 ଡିସ୍ମିଲ ରୟତି ସତ୍ବ ଜମିକୁ ସାମ୍ବାଦିକ ସୂର୍ଯ୍ୟନାରାୟଣ ଲେକଙ୍କାଙ୍କ ନାମରେ ଥିବା ବେଳେ ସେଠାରେ ସ୍ୱାଦ ହୋଟେଲ ନିର୍ମାଣ ହୋଇଛି । ସେହି ହୋଟେଲ ଜାଗାକୁ ଲିଗିଥିବା ପ୍ରାୟ ଦୁଇ ଏକର ସରକାରୀ ଜଙ୍ଗଲ ଜମି ଖେଳ ପଡିଆ ସ୍ମଶାନ ଆଦି ଜମିକୁ ମିଶାଇ ହୋଟେଲ କରି ଥିବା ଦୀର୍ଘ ଦିନ ହେବ ପ୍ରଶାସନ ପାଖରେ କଂଗ୍ରେସ ଦଳ ଅଭିଯୋଗ କରି ଆସୁଥିଲା | ସମ୍ପୃକ୍ତ ହୋଟେଲର ମାଲିକଙ୍କ ସହିତ ବିଧାୟକ ଧ୍ରୁବ ସାହୁଙ୍କ ସୁସମ୍ପର୍କ ଥିବା ଏବଂ ସେହି ହୋଟେଲରେ ବିଧାୟକଙ୍କ ଦ୍ୱାରା ନେତା ମନ୍ତ୍ରୀଙ୍କର ରାତ୍ରି ଜାପନ ଏବଂ ଦଳିଅ ବୈଠକ ହେଉଥିବା ନେଇ କଂଗ୍ରେସ ସହ୍ୟ କରିପାରୁନଥିଲା ,ଯାହା ଫଳରେ ଆକ୍ରୋଶ ମୂଳକ ମନୋଭାବ ନେଇ ବିଧାୟକ ଉକ୍ତ ହୋଟେଲରେ ଭାଗିଦାର ଥାଇ ପାରନ୍ତି ବୋଲି ଆଶଙ୍କା କରିଛି କଙ୍ଗ୍ରେସ।ତେଣୁ ବିଧାୟକଙ୍କ ନାମରେ ମିଥ୍ୟା ଅପପ୍ରଚାର କରି ରାଜନଗର ବନଖଣ୍ଡ ଅଧିକାରୀଙ୍କ ନିକଟରେ ଭିକ୍ଷୋଭ ମାଧ୍ୟମରେ ସାତଦିନ ମଧ୍ୟରେ ସମ୍ବାଦର ସାମ୍ବାଦିକ ସୂର୍ଯ୍ୟନାରାୟଣ ଲେଙ୍କା ଜଙ୍ଗଲ ଜମିକୁ ମିଶାଇ କରିଥିବା ସ୍ବାଦ ହୋଟେଲକୁ ସାତଦିନ ମଧ୍ୟରେ ଉଚ୍ଛେଦ ପାଇଁ ଏସିଏଫଙ୍କୁ ଅଭିଯୋଗ ପତ୍ର ଦେଇ ବିଧାୟକଙ୍କ କୁଶପୁତ୍ତଳିକା ଦାହ କରିଥିଲେ ।ଏହାକୁ ନେଇ ଆଜି ସାମ୍ବାଦିକ ସମ୍ମିଳନୀ ଜରିଆରେ ବିଜେଡ଼ି ବ୍ଲକ ସଭାପତି ଶ୍ରୀରାଉତ ଓ ମିଡ଼ିଆ ସେଲ୍ ସଂଯୋଜକ ଶ୍ରୀ ନାୟକ କଂଗ୍ରେସର ଅଭିଯୋଗକୁ ଦୃଢ଼ ନିନ୍ଦା କରି କହିଛନ୍ତି ଦିନକୁ ଦିନ ତଳ ସ୍ତରକୁ ଯାଉ ଥିବା କଂଗ୍ରେସ ଔଷଧ ବିନା ତାଟିଆ କାମୁଡୁଛି ।ବିଧାୟକଙ୍କ ଲୋକ ପ୍ରିୟତା ଓ ବିକାଶ ମୂଳକ କାର୍ଯ୍ୟକୁ ସହ୍ୟ କରିନପାରି ବିଧାୟକଙ୍କ ନାମରେ କରୁ ଥିବା ଅପପ୍ରଚାର ତାହା ଉଦେଶ୍ୟ ମୂଳକ ଓ ଭିତ୍ତିହୀନ ଅଟେ | ସ୍ୱାଦହୋଟେଲ ସହିତ ବିଧାୟକଙ୍କର କୌଣସି ସମ୍ପର୍କ ନାହିଁ | ଅପରପକ୍ଷରେ ରାଜନଗର ତହସିଲ ଅଧୀନ ଗର୍ଜନ ପୁର ମୌଜାର ସରକାରୀ ଜାଗାରେ ହୋଇଥିବା କଂଗ୍ରେସ ଭବନକୁ ସାତ ଦିନ ଭିତରେ ଉଚ୍ଛେଦ କରା ନଗଲେ ବିଜେଡ଼ି ରାଜ ରାସ୍ତାକୁ ଓହ୍ଲାଇବ ବୋଲି ବିଜେଡ଼ି ନେତା ଶ୍ରୀନାୟକ କହିଛନ୍ତି |ଏପରିକି କେବଳ ଅର୍ଗସ ଟିଭି କଙ୍ଗ୍ରେସର ହାତବାରିସି ସାଜି ଵିଧାୟକଙ୍କୁ ଆକ୍ଷେପ କରି ମିଥ୍ୟା ସମ୍ବାଦ ପରିଵେଷଣ କରିଥିବା ଏହି ସମ୍ମିଳନୀ ରେ ପ୍ରକାଶ ପାଇଥିଲା।ଏହି କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଗଣେଶ ଚନ୍ଦ୍ର ଗୁଡିଆ,କେସିସିଵ୍ୟାଙ୍କ ନିର୍ଦେଶକ ଅରୁଣ କୁମାର ସାହୁ,ରାଜନଗର ସରପଞ୍ଚ ସୁଶ୍ରୀ ସଙ୍ଗିତା ମହାପାତ୍ର,ମହିଁଷାସୁର ପଞ୍ଚାୟତ ସରପଞ୍ଚ ଅଶୋକ କୁମାର ମହାନ୍ତି,ଵିଜେଡି ନେତା ପ୍ରଦୀପ କୁମାର ଲେଙ୍କା,ସମିତି ସଭ୍ୟ ମାଣ୍ଟୁ ଵାବୁ,ବିଜେଡି ନେତୃସ୍ଥାନୀୟ ଵ୍ୟକ୍ତି ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.