ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ୫ଦଫା ଦାବୀନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ…

add-all

ମାଲକାନଗିରି : ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ରାଜ୍ୟରେ ବାରମ୍ବାର ହେଉଥିବା ଆକ୍ରମଣ, ପ୍ରଶାସନିକ ଅବହେଳା କୁ ନେଇ ରାଜ୍ୟସରକାର ତଥା ମୁଖ୍ୟମନ୍ତ୍ରୀ ଙ୍କ ଦୃଷ୍ଟି ଗୋଚର ନିମନ୍ତେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ । ଏହି ଦାବି ଗୁଡ଼ିକ ହେଲା ସାମ୍ବାଦିକ ସୁରକ୍ଷା ଆଇନ୍, ପେନସନ୍ ପ୍ରଦାନ ଭଳି ମୋଟ ୫ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆଜି ଜିଲ୍ଲାପାଳ ବିଶାଳ ସିଂଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ଦେଶର ବର୍ତ୍ତମାନ ମୋଟ ୧୭ ଗୋଟି ରାଜ୍ୟରେ ସାମ୍ବାଦିକ ମାନଙ୍କୁ ପେନ୍‌ସନ୍ ପ୍ରଦାନ କରାଯାଉଛି ଓ ବିଭିନ୍ନ ରାଜ୍ୟରେ ସାମ୍ବାଦିକଙ୍କ ପାଇଁ ସୁରକ୍ଷା ଆଇନ୍ ଲାଗୁ କରାଯାଇଥିବା ବେଳେ ଓଡିଶାରେ ଏହାକୁ କାର୍ଯ୍ୟକାରୀ କରାଯିବା, ଗୋପବନ୍ଧୁ ସ୍ଵାସ୍ଥ୍ୟ ବୀମା କ୍ଷେତ୍ରରେ ସାମ୍ବାଦିକ ମାନଙ୍କ ପିତାମାତାଙ୍କୁ ସାମିଲ୍ ସହିତ ପୁଅ ଝିଅଙ୍କର ବୟସକୁ ୩୦ ବର୍ଷ ପର୍ଯ୍ୟନ୍ତ ଲାଗୁ କରାଯିବା, ଜିଲ୍ଲା ଓ ବ୍ଲକ ସ୍ତରୀୟ ସାମ୍ବାଦିକଙ୍କୁ ସରକାରୀ ଅଧ୍ଵସ୍ୱୀକୃତି ପ୍ରଦାନ କରାଯିବା ଓ ପ୍ରେସ୍ ଏକାଡେମୀ ଗଠନ କରାଯିବା ଇତ୍ୟାଦି ୫ ଦଫା ସମ୍ବଳିତ ଦାବୀକୁ ନେଇ ଆଜି ଏହି ଦାବୀପତ୍ର ପ୍ରଦାନ କରାଯାଇଥିଲା । ଦୁଇ ମାସ ମଧ୍ୟରେ ଦାବୀ ସମ୍ପର୍କରେ ପଦକ୍ଷେପ ଗ୍ରହଣ କରାନଗଲେ ରାଜ୍ୟରେ ଉତ୍କଳ ସାମ୍ବାଦିକ ସଂଘର ସଦସ୍ୟମାନେ ବିଧାନସଭା ଆଗରେ ଧାରାଣା ଦେବେ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ଏଥିରେ ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ସଭାପତି ଦୁର୍ଯୋଧନ ପାତ୍ର, ସମ୍ପାଦକ ବି ଶ୍ରୀନିବାସ ପାତ୍ର, କାର୍ଯ୍ୟକାରୀ ସଭାପତି ଅଶୋକ ମିଶ୍ର, କୋଷାଧକ୍ଷ ହୃଷୀକେଶ ଶେଠୀ, ଅଫିସ ସମ୍ପାଦକ ସତ୍ୟ ନାରାୟଣ ଦାସ, ଉପଦେଷ୍ଟା ସିମାଞ୍ଚଳ ପାଣିଗ୍ରାହୀ, ସଦସ୍ୟ ମାଣିକ ବାଛାର, କିଶୋର ପାତିକା, ଶିବ ପ୍ରସାଦ ଦାସ, ରାହୁଲ ଗୋଲୋରି ପ୍ରମୁଖ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.