ଚିକିଟୀ ପ୍ରେସକ୍ଳବର ସାଧାରଣ ବୈଠକ

add-all

ଚିକିଟୀ : ଗଞ୍ଜାମ ଜିଲ୍ଲା ଚିକିଟୀପେଣ୍ଠ ଶ୍ରୀ ଶ୍ରୀ ଶ୍ରୀ ମା ମୁକ୍ତାଦେବୀ ମନ୍ଦିର ପ୍ରାଙ୍ଗଣରେ ପ୍ରେସକ୍ଳବ ସଭାପତି ଶ୍ରୀ ସୁରେନ୍ଦ୍ର ନାଥ ପଣ୍ଡାଙ୍କ ସଭାପତିତ୍ୱରେ ଶୁକ୍ରବାର ଦିନ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସମ୍ପାଦକ ତ୍ରିପତି ସାହୁ, କୋଷାଧ୍ୟକ୍ଷ ଅକ୍ଷୟ କୁମାର ସାହୁ, ଈଶ୍ୱର ମହାରଣା, ଦୀପ୍ତି ରଞ୍ଜନ ପାଢ଼ୀ,ନଳିନୀ କାନ୍ତ ପଟ୍ଟନାୟକ, ଅରୁଣ ଉଦୟ ସାହୁ, ସନ୍ତୋଷ ମହାପାତ୍ର, ଆଲୁ ଜୟପ୍ରକାଶ, ରାଜଗୋପାଳ ପାଢ଼ୀ,କୃଷ୍ଣଚନ୍ଦ୍ର ସାହୁ,ଗଦାଧର ଶୁକ୍ଳ ଓ ହରିଶ୍ଚନ୍ଦ୍ର ସେଠୀ ଉପସ୍ଥିତ ଥିଲେ।ଏହି ବୈଠକରେ ପୂର୍ବ ଆଲୋଚନା ସହ ଆଗାମୀ ଦିନରେ କ୍ଳବ କିପରି ସୁଚାର ରୂପେ ପରିଚାଳିତ ହୋଇପାରିବ ତାହା ଆଲୋଚନା ସହିତ ପ୍ରତ୍ୟେକ ମାସର ୫ ତାରିଖରେ ବୈଠକ କରିବା ପାଇଁ ନିଷ୍ପତ୍ତି ନିଆଗଲା।

ad-week
Leave A Reply

Your email address will not be published.