ବେକରେ ଦଉଡ଼ି ଦେଇ ଯୁବକ ଆତ୍ମହତ୍ୟା…

add-all

ଦାରିଙ୍ଗବାଡି,୧/୧୦, ଦାରିଙ୍ଗବାଡି ଥାନା ଅନ୍ତର୍ଗତ ସିଆଙ୍ଗବାଲି ଗ୍ରାମ ପଞ୍ଚାୟତ ପେଟେଡ଼ାବାଡ଼ି ଗ୍ରାମରେ ଜଣେ ଯୁବକ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଖବର ହସ୍ତଗତ ହୋଇଛି। ଯୁବକ ଜଣକ ହେଲେ ପେଟେଡ଼ାବାଡ଼ି ଗ୍ରାମର ରୁବେନ ପ୍ରଧାନ(୩୮)। ରୁବେନ ପ୍ରଧାନ କୌଣସି କାରଣରୁ ଗତ ମାସ ୩ ତାରିଖରୁ ଦଉଡ଼ି ଦେଇ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରୁଥିବା ବେଳେ ସଫଳ ହୋଇନଥିଲା। ହେଲେ ଶନିବାର ଦିନ ବିଳମ୍ବିତ ରାତିରେ ଘର ଦୁଲାରେ ଦଉଡ଼ି ଦେଇ ଆତ୍ମ ହତ୍ୟା କରିଥିବା ଜଣାପଡିଛି। ଏହି ଖବର ଜାଣିବା ପରେ ସିଆଙ୍ଗବାଲି ସରପଞ୍ଚ ଆନ୍ଦ୍ରିକ ପ୍ରଧାନ ଦାରିଙ୍ଗବାଡି ଥାନାକୁ ସୂଚନା ଦେଇ ଥିବା ପ୍ରକାଶ ପାଇଛି ।

ad-week
Leave A Reply

Your email address will not be published.