ବୋଧେ ଗାନ୍ଧୀ ଠିକ କହିଥିଲେ..! ଯାହାକି ଦେଶର ଅବସ୍ଥା ଆଜି ଏମିତି ଚାଲିଛି..

ଗାନ୍ଧିଜୀ ଙ୍କ ତିନି ମାଙ୍କଡ଼ ହିଁ ମୁକ ସାକ୍ଷୀ…

add-all

ବ୍ରହ୍ମପୁର:୨-୧୦ ସରକାର ଶୁଣୁନି – ନ୍ୟାୟ ପାଳିକା ଦେଖୁନି – ମିଡ଼ିଆ କିଛି କହୁନି- ନୀତିରେ ଆଜି ଦେଶ ଚାଲୁଛି ବୋଲି ଚର୍ଚ୍ଚା ହେଉଛି। ସାଧରଣ ଜନତା ଙ୍କ ଦୁଃଖ ସୁଖ ଓ କୌଣସି କଥା ଏବେ ସରକାର ଶୁଣୁନି। ଅଧିକାଂଶ ସ୍ଥାନରେ ନ୍ୟାୟ ପାଳିକା ଚାପରେ ପଡ଼ି ଦୁର୍ନୀତି ଦେଖୁନି।ଗୋଦି ମିଡ଼ିଆ ଚାଟୁକାର ସାଜି ଦୁର୍ନୀତି ସମ୍ପର୍କରେ ମୁହଁ ଖୋଲୁନି ବୋଲି ସବୁ ଆଡ଼େ ଚର୍ଚ୍ଚା ର ବିଷୟ ହୋଇଛି। ଆଜି ସାଧରଣ ଲୋକେ ମାହାତ୍ମା ଗାନ୍ଧିଜୀ ଙ୍କ ତିନୋଟି ମାଙ୍କଡ଼ କୁ ମନେ ପକାଉଛନ୍ତି। ଯାହାକି ଅନେକ ଦିନ ଆଗରୁ ଏହି ୩ ମାଙ୍କଡ଼ ଉକ୍ତି ଆଜି ମଣିଷ ସମାଜ ମର୍ମ ବୁଝି ପାରୁଛି l ଆଜି ଦରଦାମ ବୃଦ୍ଧି, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ, ନାରୀ ନିର୍ଯ୍ୟାତନା, ଦୁର୍ନୀତି ଓ ବିତ୍ତଶାଳୀ ପ୍ରୀତି ପାଇଁ ରାଜନୈତିକ ଦଳ ସମ୍ପୃକ୍ତ ଥିବା ଯୋଗୁଁ ଆଜି ସମସ୍ତ ଶାସନ ବ୍ୟବସ୍ଥା ଭୁଶୁଡି ପଡ଼ି ଥିବା ଦେଖିବାକୁ ମିଳିଛି। କୌଣସି ରାଜନୈତିକ ଦଳ ବେରୋଜଗାରୀ,ଶିକ୍ଷା, ଆର୍ଥିକ ବ୍ୟବସ୍ଥା ବିଷୟ ରେ ଚାର୍ଚ୍ଚା ନକରି କେଵଳ ଗୋଡ଼ ଝିକା ଝିକି ରେ ବ୍ୟସ୍ତ ରହୁଥିବା ଯୋଗୁଁ ଆଜି ଦେଶର ଅଵସ୍ଥା ଏହି ପରି ହୋଇଛି ବୋଲି ବୁଦ୍ଧିଜୀବି ଆଲୋଚନା କରୁଛନ୍ତି। ଦେଶରେ ବର୍ତ୍ତମାନ ରାଜନୈତିକ ଦଳ ମାନେ କ୍ଷମତା ଲଢ଼େଇ ଚୌକି ଦଖଲ ଓ ନିଜ ଦଳକୁ କିପରି ମଜବୁତ କରିବା ସହିତ ନିଜ ଵ୍ୟଙ୍କ ବାଲାନ୍ସ କିପରି ବଢିବ ସେଥିରେ ବ୍ୟସ୍ତ ରହୁଛନ୍ତି। ଆଗାମୀ ପୀଢ଼ି ପାଇଁ ଏହା ଶୁଭଙ୍କର ନୁହେଁ ବୋଲି ଗାନ୍ଧିବାଦୀର ଚିନ୍ତାଧାରା ର ବ୍ୟକ୍ତି ମାନେ ମତପୋଷଣ କରୁଛନ୍ତି। ବର୍ତମାନ ଜନତା ଅନ୍ଧ,ମୂକ, ଓ ବଧିର ପାଲଟି ଗଲେଣି l ମିଡ଼ିଆ ଆଜି ସରକାର ପାଖରେ ବିକ୍ରି ହୋଇ ଯାଇଛି ଯାହାକି ଆଜି ଗୋଦି ମିଡ଼ିଆ ଆକ୍ଷା ପାଇଁ ସାରିଲାଣି ସ୍ପଷ୍ଟ ରେ କହିବାକୁ ଗଲେ ( ଦଲାଲି ମିଡ଼ିଆ ) ସରକାର କିମ୍ବା ପ୍ରଶାସନ ଯଦି କୌଣସି କାରଣରୁ ମିଡ଼ିଆ କୁ ନିମନ୍ତ୍ରଣ କରେ ସାମ୍ବାଦିକ ମାନେ ଆଣ୍ଠେଇ ପଡନ୍ତି ତେବେ ଆଉ ଜନତା କଣ ଆଶା ରଖିବେ l ଆଇନ ବ୍ୟବସ୍ଥା କଥା ଆଉ ନକହିବା ଭଲ ନିୟନ୍ତ୍ରଣ ବାହାରେ ଏହି ବ୍ୟବସ୍ଥା ଏକ ପ୍ରକାର କୋମାରେ କହିଲେ କିଛି ବି ଭୁଲ ହେବ ନାହିଁ ଗାନ୍ଧିଜୀ ଙ୍କ ତିନି ମାଙ୍କଡ଼ ପରି ନ୍ୟାୟ ପାଳିକା l ବର୍ତମାନ ଦେଶର ମୁଖ୍ୟ ତିନୋଟି ସ୍ତମ୍ବ କୋମାରେ ତେଣୁ ବ୍ୟବସ୍ଥା ଯାହା ହେବା କଥା l ଗାନ୍ଧିଜୀ ଙ୍କ ଜୟନ୍ତୀ ରେ ସେହି ତିନି ମାଙ୍କଡ଼ ହିଁ ମୁକ ସାକ୍ଷୀ ଏଠାରେ ଜନତା ହିଁ ଜଳକା…

ad-week
Leave A Reply

Your email address will not be published.