ଘର ଭିତରେ ନିଜ ମାଆଙ୍କୁ ମାରି ପୋଡି ଦେଲା ପୁଅ…

add-all


ବାଲିଗୁଡା,: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡର ଟିକାବାଲି ଥାନା ଅନ୍ତର୍ଗତ ବଡ଼ିମୁଣ୍ଡା ଖଜୁରୀସାହିରେ ଏକ ଅଭାବନୀୟ ଘଟଣାକ୍ରମରେ ପୁଅ ଘର ଭିତରେ ନିଜ ମାଆଙ୍କୁ ମାରି ପୋଡି ଦେଇଛି । ସୂଚନା ଅନୁସାରେ ଶନିବାର ବିଳମ୍ବିତ ରାତିରେ ବଡ଼ିମୁଣ୍ଡା ଖଜୁରୀ ସାହିର ସ୍ବର୍ଗତ ଫିଲିପ ନାୟକଙ୍କ ପୁଅ ସମୀର ନାୟକ (୪୯) ଗତ ଶନିବାର ଦିନ ଘୁ. ଉଦୟଗିରି ଜେଲରୁ ଫେରିଥିଲା। ପୂର୍ବରୁ ସେ ଅର୍ଦ୍ଧ ପାଗଳ ଅବସ୍ଥାରେ ସ୍ଥାନୀୟ ସାହି ପଡିସାଙ୍କ ସହ ଗଣ୍ଡଗୋଳ କରି ଦୀର୍ଘ ୩ ବର୍ଷ ୨ମାସ ହେବ ଜେଲ ଦଣ୍ଡ ଭୋଗୀ ଘରକୁ ଆସିଥିଲା। ତେବେ କୌଣସି କାରଣ ବଶତଃ ବିଳମ୍ବିତ ରାତିରେ ନିଜ ମାଆ ମଞ୍ଜୁଳା ନାୟକ (୯୫)ଙ୍କୁ ଜୀବନରୁ ମାରି ଘରେ ଥିବା ଆସବାବ ପତ୍ର ଏବଂ ଜାଳେଣି କାଠରେ ଶବ ପୋଡି ଦେଇ ଥିଲା । ଏହା ପରେ ଆଖ ପାଖ ପଡିସାଙ୍କ ଘର ଉପରକୁ ବଡ଼ ବଡ଼ ପଥର ମାରିବା ସହିତ ଘର ସାମନାରେ ଥିବା ଏକ ଗାଡିକୁ ମଧ୍ୟ ଭାଙ୍ଗି ଚୁରମାର କରିଥିଲା। ରବିବାର ସକାଳେ ଗାଁ ଲୋକ ସମୀରକୁ ଧରି ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଟିକାବାଲି ଥାନାକୁ ଖବର ଦେଇଥିଲେ। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମୀରକୁ ଥାନାକୁ ନେଇଛି। ଘୁ. ଉଦୟଗିରି ଏସଡିପିଓ ବିଜୟ କୁମାର ବିଶି ଏବଂ ଟିକାବାଲି ଥାନା ଆଧିକାରୀ କଲ୍ୟାଣିମୟୀ ଷାଣ୍ଢ ଏବଂ ସେକେଣ୍ଡ ଅଫିସର ସଞ୍ଜୟ କୁମାର ସ୍ୱାଇଁଙ୍କ ସମେତ ସାଇଣ୍ଟିଫିକ ଟିମ ଏବଂ ଟିକାବାଲି ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ରହି ତଦନ୍ତ ଅବ୍ୟାହତ ରଖିଛନ୍ତି ।

ad-week
Leave A Reply

Your email address will not be published.