ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ସଭା

add-all

ପାତ୍ରପୁର : ପାତ୍ରପୁର ବ୍ଲକ ସୁରଙ୍ଗୀ ଶ୍ୟାମ ସୁନ୍ଦର ବିଦ୍ୟାପୀଠରେ ଏକ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ପ୍ରଧାନ ଶିକ୍ଷକ ଗୌରହରି ଟହଲ୍ ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ଯକ୍ରମରେ ଶିକ୍ଷକ ଶ୍ରୀ ରାଧାଚରଣ ସାହୁ ଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଶିକ୍ଷକ ଶ୍ରୀ ସାହୁ ପ୍ରଥମେ ଚିକିଟି ବ୍ଲକ କଳବାଡ ସ୍ଥିତ ବାରାହୀ ବିଦ୍ୟାପୀଠ ରେ ୧୯୮୬ ମସିହାରେ କ୍ରୀଡା ଶିକ୍ଷକ ଭାବେ ତାଙ୍କ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ସେ ୨୦୦୬ ମସିହାରେ ପଦୋନ୍ନତି ପାଇ ସୁରଙ୍ଗୀ ଶ୍ୟାମ ସୁନ୍ଦର ବିଦ୍ୟାପୀଠ ରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ। ତାଙ୍କ ଶେଷ କାର୍ଯ୍ୟଦିବସ ରେ ବିଦ୍ୟାଳୟ ପକ୍ଷରୁ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ତାଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧିତ କରାଯାଇଥିବା ରୁ ସେ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ। ଉପସ୍ଥିତ ଅତିଥି ଓ ଶିକ୍ଷକ ମାନେ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ସାହୁ ଙ୍କ ଗୁଣ ଗାନ କରିବା ସହିତ ଅବଶିଷ୍ଟ ଜୀବନ ଖୁସିରେ ଅତିବାହିତ ହେଉ ବୋଲି ପ୍ରାର୍ଥନା କରିଥିଲେ। ଏହି ସମ୍ବର୍ଦ୍ଧନା ସଭାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ପୁରାତନ ଓ ବର୍ତ୍ତମାନ ଛାତ୍ରଛାତ୍ରୀ ବହୁ ଅଭିଭାବକ ମାନେ ଉପସ୍ଥିତ ରହିଥିଲେ।

ad-week
Leave A Reply

Your email address will not be published.