ମାନବାଧିକାର ମିସନ ଏବଂ ହୋମଗାର୍ଡ ସଂଘର ମିଳିତ ଉଦ୍ୟମରେ ତ୍ରିଦେବ ନଗର ବସ୍ତିରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ନାରାୟଣୀ ରୋଡ଼ ତ୍ରିଦେବ ନଗର ବସ୍ତିରେ ମାନବାଧିକାର ମିସନ କନ୍ଧମାଳ ଜିଲ୍ଲା ଶାଖା ଏବଂ କନ୍ଧମାଳ ଜିଲ୍ଲା ନିଖିଳ ଉତ୍କଳ ହୋମଗାର୍ଡ ସଂଘ କର୍ମକର୍ତ୍ତାଙ୍କ ମିଳିତ ଆଲୋଚନା କ୍ରମେ ବସ୍ତିର ଉନ୍ନତି ନିମନ୍ତେ କିଛି ଫଳ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମାନବାଧିକାର ମିସନ ରାଜ୍ୟ ଉପସଭାପତି ତଥା କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ ପରାମର୍ଶଦାତା ଜଳନ୍ଧର ବେହେରାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହେଇଯାଇଛି l ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ଫୁଲବାଣୀ ନିର୍ବାଚନ ମଣ୍ଡଳୀର ବିଧାୟକ ଅଙ୍ଗଦ କହଁର ଯୋଗ ଦେଇଥିବା ବେଳେ ସମ୍ନାନିତ ଅତିଥିଭାବେ କନ୍ଧମାଳ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ସଦାଶିବ ପାତ୍ର ଯୋଗ ଦେଇଥିଲେ l ପ୍ରଥମେ ଅତିଥି ମାନଙ୍କୁ ଉପଢ଼ୌକନ ଦେଇ ସମ୍ମାନିତ କରାଯିବା ସହିତ ଅତିଥି ମାନଙ୍କ ସହଯୋଗରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମାନବାଧିକାର ମିସନ ରାଜ୍ୟ ଉପସଭାପତି ଜଳନ୍ଧର ବେହେରା ମିସନର କାର୍ଯ୍ୟକ୍ରମ ବିଷୟରେ କିଛି ଅଭିଭାଷଣ ପ୍ରଦାନ କରିଥିଲେ । ଆଗାମୀ ଦିନରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳ ମାନଙ୍କରେ କିପରି ମାନବାଧିକାର ମିସନ ମାଧ୍ୟମରେ ନିରିହ ଜନସାଧାରଣ ମାନଙ୍କୁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ଫଳପ୍ରଦ ହେଇପାରିବ ଏବଂ ସମାଜର ଚଳଣି ସହିତ ଖାପଖୁଆଇ ଚଳି ପାରିବେ ସେ ବିଷୟରେ ଆଲୋଚନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ, ଶେଖ୍ ରିହାଜୁଦିନ୍ ମାନବାଧିକାର ମିସନ କନ୍ଧମାଳ ଜିଲ୍ଲା ଉପ ସଭାପତି ଅଖୟ କୁମାର ରାୟ, ନିଖିଳ ଉତ୍କଳ ହୋମଗାର୍ଡ ସଂଘ ସଭାପତି ପ୍ରଭାତ କୁମାର ସାହାଣୀ, ସମ୍ପାଦକ ସପନ କୁମାର ମିଶ୍ର, ହୋମଗାର୍ଡ ସଂଘ ପରାମର୍ଶଦାତା ତଥା ବରିଷ୍ଠ ସାମ୍ବାଦିକ ତଥା ଆଇନୀଜୀବ ଆଦିତ୍ୟ ପ୍ରସାଦ ତ୍ରିପାଠୀ,ସାମ୍ବାଦିକ ତଥା ସମାଜସେବୀ ଡଃ ସୂର୍ଯ୍ୟ ନାରାୟଣ ବେହେରା, ଯେ କେ ଓ ର ଓ ବି ସି ଜିଲ୍ଲା ସଭାପତି ସାମ୍ବାଦିକ ରମେଶ ଚନ୍ଦ୍ର ପ୍ରଧାନ, ହୋମଗାର୍ଡ ସଂଘର ମରାମର୍ଶଦାତା ତଥା (AICWC )ର ରାଜ୍ୟ ଉପସଭାପତି ତଥା ମାନବାଧିକାର ମିଶନର ମିଡ଼ିଆ ସମ୍ପାଦକ ସାମ୍ବାଦିକ କୁନା ଦିଗାଲ ସାମ୍ବାଦିକ ଖିରୋଦ କୁମାର ସାହାଣୀ, ସାମ୍ବାଦିକ ଅଶୋକ କୁମାର ମିଶ୍ର ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ l ଉକ୍ତ କାର୍ଯ୍ୟକ୍ରମରେ ତ୍ରିଦେବ ନଗର ବସ୍ତିର କମିଟି କର୍ମକର୍ତ୍ତା, ସଭାପତି ସୁରଥ କହଁର ,ସମ୍ପାଦକ ସମାଜସେବି ଚନ୍ଦ୍ରମଣି ଦେହୁରୀ, ବରିଷ୍ଠ ମହିଳା ସମାଜସେବୀ ତାରାବତୀ ମାଝି,ସୁନୀଲ କୁମାର ଦିଗାଲ, ଓ ଆଦର୍ଶ ଟାଉନ ଥାନାର କିଛି ହୋମ ଗାର୍ଡ ଭାଇ ଭଉଣୀ ମାନେ ଉପସ୍ତିତ ରହି ଶୃଙ୍ଖଳିତ ସହଯୋଗ କରିଥିଲେ l

ad-week
Leave A Reply

Your email address will not be published.