ହିଞ୍ଜିଳିକାଟୁରେ ବିଜେଡିର ପଦଯାତ୍ରା ବିଜେଡି ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟ ଲୋକଙ୍କ ନିକଟରେ ପହଞ୍ଚାଇବା ମୂଳଲକ୍ଷ୍ୟ…

add-all

ହିଞ୍ଜିଳିକାଟୁ (୨/୧୦) : ହିଞ୍ଜିଳିକାଟୁ ମୁନିସୀପାଲଟି ଓ ବ୍ଳକ ତରଫରୁ ସୋମବାର ହିଞ୍ଜିଳିକାଟୁ ବଇଁଚବଣିଆ ଛକ ପୂର୍ତ୍ତ ଵିଭାଗ ଡ଼ାକବଙ୍ଗଳା ଠାରୁ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି। ହିଞ୍ଜିଳିକାଟୁ ନଗର ସଭାପତି ଭୀମସେନ ବେହେରା ଙ୍କ ନେତୃତ୍ୱରେ ପଦଯାତ୍ରା ବଇଁଚବଣିଆ ,ସିନେମାହଲ ଛକ,ରାଜାସାହି,ବଡରଙ୍ଗୁଣି ସାହି ଥାନା ସାହି, ଦେଇ ବିଜୁପଟ୍ଟନାୟକ ଛକ ନିକଟରେ ପହଞ୍ଚଥିଲା। ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ଲୋକଙ୍କ ନିକଟରେ ପହଞ୍ଚାଇବା ଏହାର ଉଦ୍ଦେଶ୍ୟ ବୋଲି ହିଞ୍ଜିଳିକାଟୁ ମୁନିସୀପାଲଟି ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ ଓ ରାଜ୍ୟ ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର ଅଭିଭାଷଣରେ କହିଛନ୍ତି। ପଦଯାତ୍ରା ରେ ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ବିଜେଡି ନେତା ପ୍ୟାରୀମୋହନ ପାଢି, ତରୁଣ କୁମାର ପଣ୍ଡା, ବିଜେଡି ନେତା ପ୍ରଦିପ କୁମାର ପଣ୍ଡା,ହିଞ୍ଜିଳିକାଟୁ ବ୍ଳକ ବିଜେଡି ସଭାପତି ସୁରେନ୍ଦ୍ର ନାଥ ପ୍ରଧାନ, ବ୍ଳକ ବିଜେଡି ଯୁବ ସଭାପତି ମନୋଜ୍ କୁମାର ସାବତ, ୬୭ ନଂ. ଜିଲା ପରିଷଦ ସଭ୍ୟା ବାଇ ଗୀତାଞ୍ଜଳି,୬୮ ନଂ.ର ଏ ଶୁଦର୍ଶନ, ୬୯ ନଂ.ର ପ୍ରିତି ସାହୁ, ବିଜେଡି ଯୁବ ନେତା ଅଶ୍ଵିନୀ ଗୌଡ଼, ନାଡୁ ଚୌଧୁରୀ,ଜିତୁ ସ୍ୱାଇଁ,ସୁନିଲ ପଟ୍ଟନାୟକ,ମାଧବ ଗୌଡ଼,ସଞ୍ଜୟ ଦାସ,ପପୁ ବାରିକ, ବିଭୂତି ପଟ୍ଟନାୟକ,ଗଙ୍ଗା ଦାସ ଙ୍କ ସହ ହିଞ୍ଜିଳିକାଟୁ ବ୍ଲକ୍ ର ସମସ୍ତ ସମିତି ସଭ୍ୟ,ସରପଞ୍ଚ, ହିଞ୍ଜିଳିକାଟୁ ମୁନିସୀପାଲଟି ର ସମସ୍ତ କାଉନସିଲର, ନୁତନ ପଦାଧିକାରୀଙ୍କ ସହ ବହୁ ଯୁବ ନେତା ପ୍ରମୁଖ ସାମିଲ ହୋଇଥିଲେ।

ad-week
Leave A Reply

Your email address will not be published.