ଫୁଲବାଣୀ: ଆଜି ହେଉଛି ପବିତ୍ର ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ଏହି ଅବସରରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମା ଠାରେ ଫୁଲବାଣୀ ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ଚାରୋଟି ବ୍ଲକ ଏବଂ ମୁନିସିପାଲିଟିକୁ ନେଇ ଦଶ ଦିନିଆ ଜନସମ୍ପର୍କ ପଦଯାତ୍ରା ଜିଲ୍ଳା ସଭାପତି ସରୋଜ କର୍ଣ୍ଣଙ୍କ ନେତୃତ୍ବରେ ଆରମ୍ଭ କରାଯାଇଥିଲା l ଆଜିର ଏହି ପଦଯାତ୍ରାରେ ପ୍ରଥମେ ପେଞ୍ଜିସାହି ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରି ମେନରୋଡ଼ ଦେଇ ଏକ ଶୋଭାଯାତ୍ରା ବାହାରି ଫୁଲବାଣୀ ମୁଖ୍ୟ ବଜାର ସ୍ଥିତ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ପାଖରେ ପହଞ୍ଚି ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ସାରି ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଲାଲବାହାଦୁର ଶାସ୍ତ୍ରୀ ଏବଂ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା l ଆଜିର ଏହି କାର୍ଯ୍ୟକ୍ରମରେ କନ୍ଧମାଳ ବିଜୁ ଜନତା ଦଳ ପର୍ଯ୍ୟବେକ୍ଷକ ବିଜୟ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ଅନ୍ୟତମ ଅତିଥି ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର,
ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ରୋଦନ ମଲ୍ଲିକ, ନଗର ସଭାପତି ବିମଳ ପାଢ଼ୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ନଳିନୀ କହଁର ଜିଲ୍ଲା ମହିଳା ସଭାନେତ୍ରୀ ପୁନମ କହଁର ଯୁବ ସଭାପତି ବିଷ୍ଣୁ ଚରଣ ମଲ୍ଲିକ, ଛାତ୍ର ସଭାପତି ସୁନୀଲ ସେଠି ଖଜୁରୀପଡା ବ୍ଲକ ଅଧ୍ୟକ୍ଷା ଅନିମା କହଁର, ଫୁଲବାଣୀ ବ୍ଲକ ଅଧ୍ୟକ୍ଷା ସସ୍ମିତା କହଁର ଫୁଲବାଣୀ ମୁନିସିପାଲିଟି ଉପାଧ୍ୟକ୍ଷା ଶ୍ରୀମତୀ. ପାୟଲ ବେହେରା ଫୁଲବାଣୀ ବ୍ଲକ ସଭାପତି ବାଳକୃଷ୍ଣ ସାହୁ ଚକାପାଦ ବ୍ଲକ ସଭାପତି ରାଜେଶ ଡିଗାଲ, ଫିରିଙ୍ଗିଆ ବ୍ଲକ ସଭାପତି ରଜନୀ ମଲ୍ଲିକ ଖଜୁରୀପଡା ବ୍ଲକ ସଭାପତି ପଙ୍କଜ ମଲ୍ଲିକ ନଗର କାର୍ଯ୍ୟକାରୀ ସଭାପତି ସୁଧୀର କହଁର, ଜିଲ୍ଲା ସାଧାରଣ ସମ୍ପାଦକ କମଳ ବେହେରା ରାଜ୍ୟ ସଂଖ୍ୟାଲଘୁ ସେଲର ସାଧାରଣ ସମ୍ପାଦକ ମହମ୍ମଦ ୟାସିନ ବେଗ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିବ ପ୍ରସାଦ ତ୍ରିପାଠୀ ଯୁବ ଉପ ସଭାପତି ପାର୍ଥ ବିଶ୍ୱାଳ ସମ୍ପାଦକ ଦାରୁଣ ବେହେରା ସହରାଞ୍ଚଳ ଯୋଜନା ବୋର୍ଡ ସଦସ୍ୟ ରାଜେନ୍ଦ୍ର ପାଢ଼ୀ, ମହିଳା ନଗର ସଭାନେତ୍ରୀ ଲଳିତା ମୁନି ନଗର ଯୁବ ଉପ ସଭାପତି ରବୀନ୍ଦ୍ର ଷଡ଼ଙ୍ଗୀ ବିଜୁ ଜନତା ଦଳର ସମସ୍ତ କର୍ମକର୍ତ୍ତା ଏବଂ ବହୁ ସଂଖ୍ୟାରେ ଫୁଲବାଣୀ ନିର୍ବାଚନ ମଣ୍ଡଳୀର ସକ୍ରିୟ କର୍ମକର୍ତା ଉପସ୍ଥିତ ଥିଲେ l ଆଜି ପବିତ୍ର ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ରୁ ଆରମ୍ଭ ହୋଇ ଅକ୍ଟୋବର ୧୧ ଜୟ ନାରାୟଣ ପ୍ରକାଶ ଜୟନ୍ତୀ ପର୍ଯ୍ୟନ୍ତ ପ୍ରତେକ ବ୍ଲକ ମୁନିସିପାଲିଟି ରେ ଥିବା ପ୍ରତେକ ଘରେ ଘରେ ୱାର୍ଡ ପଞ୍ଚାୟତ କୁ ଯାଇ ରାଜ୍ୟ ସରକାରଙ୍କ ପହଞ୍ଚିବ ବିକାଶର ବାର୍ତ୍ତା ବୋଲି କହିଛନ୍ତି ଜିଲ୍ଲା ସଭାପତି ଶ୍ରୀ କର୍ଣ୍ଣ l
