ରାସ୍ତା ସମସ୍ୟା ନେଇ ପଞ୍ଚାୟତରେ ତାଲା ପକାଇଲେ ତିନି ଗ୍ରାମବାସୀ

add-all

ଦାରିଙ୍ଗବାଡି(୩/୧୦) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତ ସଦପାଙ୍ଗା , ଅରାକାମ୍ବା ଓ କାଡ କୁପୁଡା ଗ୍ରାମବାସୀ ମାନେ ରାସ୍ତା ସମସ୍ୟା ନେଇ ପଞ୍ଚାୟତ କାର୍ଯ୍ୟାଳୟରେ ପକେଇଲେ ତାଲା। ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତା ଠାରୁ ସଦପାଙ୍ଗା ୨ କିଲୋମିଟର ରାସ୍ତା ହୋଇଥିବା ବେଳେ ଅରାକାମ୍ବା ଓ କାଡକୁପୁଡ଼ାକୁ ୩ କିଲୋମିଟର ରାସ୍ତା। ଏହି ତିନୋଟି ଗ୍ରାମରେ ୫୦୦ ରୁ ଉର୍ଦ୍ଧ ଲୋକ ବସବାସ କରନ୍ତି । ହେଲେ ଉକ୍ତ ଗ୍ରାମ ନିମନ୍ତେ ଯାତାୟାତ ପାଇଁ ଭଲ ରାସ୍ତାଟିଏ ନାହିଁ। ରାସ୍ତା ସାରା କାଦୁଅ ଯାତାୟତ କରିବା କଷ୍ଟ ସାଧ୍ୟ । ଗାଁ କୁ ଆମ୍ବୁଲାନ୍ସ ଆସି ପାରୁ ନାହିଁ । ଲୋକେ ସାଧାରଣ ବଣ୍ଟନ ସାମଗ୍ରୀରେ ମିଳୁଥିବା ଚାଉଳ ମଧ୍ୟ ବୋହିକି ନେବା କଷ୍ଟକର ହୋଇଯାଉଚି। ଏନେଇ ଗ୍ରାମବାସୀ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ତଥାପି ସମସ୍ୟାର ସମାଧାନ ହୋଇ ପାରିଲା ନାହିଁ। ଏଣୁ ଶେଷରେ ଏହି ତିନୋଟି ଗ୍ରାମର ଗ୍ରାମବାସୀ ବାଧ୍ୟହୋଇ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଛନ୍ତି । ଯେଉଁ ପର୍ଯ୍ୟନ୍ତ ଗ୍ରାମବାସୀଙ୍କ ଦାବି ପୂରଣ ନହୋଇଚି ସେ ପର୍ଯ୍ୟନ୍ତ ପଞ୍ଚାୟତ କାର୍ଯ୍ୟାଳୟରୁ ତାଲା ଖୋଲା ଯିବ ନାହିଁ ବୋଲି ଗ୍ରାମବାସୀ କହିଛନ୍ତି l

ad-week
Leave A Reply

Your email address will not be published.