ପ୍ରହସନ ପାଲଟିଛି ସ୍ୱଚ୍ଛ ତା ହିଁ ସେବା କାର୍ଯ୍ୟକ୍ରମ…

add-all

ଦାରିଙ୍ଗବାଡି,୩/୧୦, ଗାନ୍ଧୀ ଜୟନ୍ତୀ ତଥା ପୂର୍ବ ଦିନ ପ୍ରତ୍ୟେକ ପଞ୍ଚାୟତ ଠାରୁ ଆରମ୍ଭ କରି ସରକାରୀ କାର୍ଯ୍ୟାଳୟରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ହେଲେ କିଛି ସ୍ଥାନରେ ଅଳିଆ ଆବର୍ଜନା ସଫା କରାଯାଇଥିବା ବେଳେ ଆଉ କିଛି ସ୍ଥାନରେ ଖାଲି ଫଟୋ ଉଠାଇ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ କରାଯାଇଥିଲା । ସ୍ୱଚ୍ଛତା ପାଇଁ ସରକାର ସ୍ୱଚ୍ଛ ଭାରତ ଅଭିଯାନ ଜରିଆରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ଅଲଗା । ସ୍ୱଚ୍ଛତା କରା ନଜାଇ ଖାଲି କାଗଲ କଲମ ଓ ଫଟୋରେ ସ୍ୱଚ୍ଛତା ପ୍ରଦର୍ଶନ ହେଉଚି। କିନ୍ତୁ ବାସ୍ତବରେ କିଛି ହେଉ ନାହିଁ। ଏହାର ଏକ ଉଦାହରଣ ହେଉଚି କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡି ଗ୍ରାମ ପଞ୍ଚାୟତ । ଏହି ପଞ୍ଚାୟତରେ ରବିବାର ଦିନ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ହୋଇଥିଲା । ହେଲେ ଖାଲି ଫୋଟ ଉଠାଇ କାର୍ଯ୍ୟକ୍ରମ କୁ ସମାପ୍ତ କରାଗଲା । ପଞ୍ଚାୟତ ଠାରୁ ମାତ୍ର ୩ ଶହ ମିଟର ଦୂର ତଥା ଜାତୀୟ ରାଜପଥ କଡ ସିମନବାଡ଼ି ବଜାରରେ ଆବର୍ଜନା ଗଦା ଗଦା ହୋଇ ପଡ଼ି ରହିଥିଲେ ସୁଦ୍ଧା ତାହାକୁ ସଫା କରାଗଲା ନାହିଁ । ଉକ୍ତ ଅଳିଆ ଗଦା ପାଖରେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ରହିଥିବା ବେଳେ ପ୍ରତି ଦିନ ଗର୍ଭବତୀ, ପ୍ରସୂତି ଓ ରୋଗୀ ମାନେ ଆସିଥାନ୍ତି । ହେଲେ ଅଳିଆ ଗଦା ହୋଇ ରହିଥିବା ଯୋଗୁଁ ସେଠାରେ ଘୁଷୁରୀ ଙ୍କ ପ୍ରାଦୃଭାବ ବଢିବା ସହ ମଶା ବଂଶ ବୃଦ୍ଧି ପାଉଛି । ଯାହାରି ଫଳରେ ରାତି ହେଉ ଅବା ଦିନ ମଶା ଙ୍କ ପ୍ରାଦୃଭାବ ବଢିବା ସହ ଗନ୍ଧରେ ନାକ ଫାଟି ଯାଉଚି । ହେଲେ ଉକ୍ତ ସ୍ଥାନକୁ ସଫା ସୁତରା କରାଯାଉନାହିଁ। ବରଂ ସ୍ୱଚ୍ଛତା ହିଁ ସେବା ନାମରେ ଫୋଟ ଉଠାଇ ପଞ୍ଚାୟତ ପକ୍ଷରୁ ବାହା ବାହା ନିଆଯାଉଚି। ଖାଲି ଏହି ପଞ୍ଚାୟତ ନୁହେଁ ବରଂ ଗ୍ରୀନବାଡ଼ି ପଞ୍ଚାୟତରେ ମଧ୍ୟ ଏଭଳି ଭାବେ ଫୋଟ ଉଠାଇ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ହୋଇଥିଲା । ଏଣୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ଖାଲି ଫଟୋ ଉଠାଇ ଦେଖେଇ ହେବା ବଦଳରେ ବାସ୍ତବିକ ଭାବେ ଅଳିଆ ଆବର୍ଜନା ସଫା କରିବା ପାଇଁ ଅଞ୍ଚଳବାସି ଦାବି କରିଛନ୍ତି ।

ad-week
Leave A Reply

Your email address will not be published.