ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ତିନି ଅନାଥ ଶିଶୁଙ୍କୁ ଥଇଥାନ…

add-all

ମାଲକାନଗିରି : ନିଜ ପିତା ମାତାଙ୍କୁ ହରାଇ ଦୀର୍ଘ ଦିନ ଧରି ଅସହାୟ ଅବସ୍ଥାରେ ରହୁଥିବା ତିନି ଜଣ ଶିଶୁ ଆଜି ଜିଲ୍ଲା ଆଇନ ସେବା ପ୍ରାଧିକାରଣ ନିକଟରେ ଆସି ସେମାନଙ୍କ ଥଇଥାନ ପାଇଁ ଉପସ୍ଥିତ ହୋଇଥିଲେ। ଘଟଣାରୁ ପ୍ରକାଶ ସିନ୍ଧ୍ରିମାଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚମ୍ପାଖାରି ଗ୍ରାମର ରଶ୍ମିତା ମାଢି, ବର୍ଷା ମାଢି ଓ ସାଗର ମାଢି ବାପାଙ୍କ ମୃତ୍ୟୁ ପରେ ମା ପାଖରେ ରହୁଥିଲେ। ମା ମଧ୍ୟ ରୋଗରେ ପଡ଼ି ୨୦୨୧ ମସିହାରେ ମୃତ୍ୟୁ ବରଣ କରିବା ପରେ ନିଜର ବୃଦ୍ଧା ଜେଜେମା ଙ୍କ ପାଖରେ ରହିଆସୁଛନ୍ତି। ବିଧବା ଓ ବୃଦ୍ଧା ଜେଜେମା ଫୁଲ ତୋଳି ବିକନ୍ତି ଏବଂ ଉକ୍ତ ଫୁଲ ବିକା ଟଙ୍କାରେ ନିଜେ ଚାଲିବା ସହିତ ଏହି ତିନି ଜଣ ଶିଶୁଙ୍କୁ ପାଳନ ପୋଷଣ କରନ୍ତି। ସେ ମଧ୍ୟ ଜଣେ ରୋଗୀ। ସେ ଅସହାୟ ଅବସ୍ଥାରେ ଆଜି ଜିଲ୍ଲା ଆଇନ ସେବା ପ୍ରାଧିକାରଣ ନିକଟରେ ପହଞ୍ଚିବା ପରେ ଆଇନ ସେବା ପ୍ରାଧିକାରଣ ର ସଚିବ ବିଚାରପତି ରାକେଶ କୁମାର ମୁଦୁଲି ଆଇନ ସେବାର ମୁଖ୍ୟ ପ୍ରତିରକ୍ଷା ଓକିଲ ଅଶୋକ କୁମାର ପଟ୍ଟନାୟକ ଙ୍କ ମାଧ୍ୟମରେ ଶିଶୁ ସୁରକ୍ଷା କମିଟି ସହ ଯୋଗାଯୋଗ କରି ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ମାଧ୍ୟମରେ ଶିଶୁ ମଙ୍ଗଳ କମିତିଙ୍କ ନିକଟରେ ଏହି ଶିଶୁ ମାନଙ୍କ ପୁନଃର୍ବସନ ତଥା ସୁରକ୍ଷା ନିମନ୍ତେ ହାଜର କରାଯାଇଥିଲା। ଶିଶୁ ମଙ୍ଗଳ କମିଟିର ଅଧକ୍ଷା ସଂଯୁକ୍ତା ପ୍ରଧାନ ଓ ଅନ୍ୟାନ ସଦଷ୍ୟ ଆଦେଶ ପ୍ରଦାନ ପୂର୍ବକ ଯଥା ଯଥ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ad-week
Leave A Reply

Your email address will not be published.