ବ୍ରହ୍ମପୁର ଟାଉନଥାନା ପକ୍ଷରୁ ଜୁଆଆଡ୍ଡା ଉପରେ ଚଢ଼ାଉ ୧୦ ଗିରଫ…

add-all

ପୋଲିସ ଡ଼ାଳରେ ଡ଼ାଳରେ ଜୁଆଡ଼ି ପତ୍ର ପତ୍ର ରେ ….
ବ୍ରହ୍ମପୁର: ୩-୧୦ ଆଜି ବ୍ରହ୍ମପୁର ଟାଉନ ଥାନା ପକ୍ଷରୁ ସୋମନାଥ ନଗର ରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢ଼ାଉ ହୋଇଛି।ସେହି ଆଡ୍ଡା ରୁ ୧୦ ଜଣ ଜୁଆଡ଼ି କୁ ଗିରଫ କରାଯିବା ସହ ୭୮ ହଜାର ଟଙ୍କା ଚାରୋଟିମୋବାଇ ଜବତ କରାଯାଇଛି।ପ୍ରକାଶ ଥାଉ କି ଏବେ ଆରମ୍ଭ ହୋଇଛି ପାର୍ବଣ ଋତୁ ଜୁଆଡ଼ି ମାନେ ସକ୍ରିୟ ହେଇ ବିଭନ୍ନ ସ୍ଥାନରେ ଚାଲିଥିବା ଜୁଆ ଆଡ୍ଡା ରେ ଆଶ୍ରୟ ଜମାଉଛନ୍ତି।ସହର ରେ ଥିବା କେତେକ ହୋଟେଲ, ଲର୍ଡ଼ ଜ,ଆପାଟମେଣ୍ଟ ଓ ସାହି ରେ ଦୈନିକ ଲକ୍ଷ ଲକ୍ଷ ଟଙ୍କାର ଜୁଆ ଖେଳ ଚାଲିଛି। ଏପଟେ ପୋଲିସ ଡ଼ାଳରେ ଡ଼ାଳରେ ଗଲେ ଜୁଆ ଆଡ୍ଡା ଚଲାଉଥିବା ବ୍ୟକ୍ତି ପତ୍ରରେ ପତ୍ରରେ ଯାଉଥିବା ଚାର୍ଚ୍ଚା ହେଉଛି।ଜୁଆ ଆଡ୍ଡା ଚାଲିଥିବା ସ୍ଥାନ ସମ୍ପର୍କ ରେ ପୋଲିସ ପାଖରେ ଖବର ଅଛି।ଜୁଆ ଆଡ୍ଡା ଚଲାଉ ଥିବା ବ୍ୟକ୍ତି ପୋଲିସ ର ଆସିବା ର ଗତିଵିଧି ଉପରେ ନଜର ରଖିବାକୁ ବିଭିନ୍ନ ଛକ ଯାଗାରେ ସୂଚନା ଦାତା ମାନଙ୍କୁ ରଖି ମୋବାଇଲ ରେ ତାଙ୍କର ନେଟୱାର୍କ ଚଲାଉଥିବା ଚାର୍ଚ୍ଚା ହେଉଛି। ଥାନା ବାବୁଙ୍କ ଜୁଆ ଆଡ୍ଡା ଚଢ଼ାଉ ନିର୍ଦ୍ଧେଶ କୁ କେତେକ କର୍ମଚାରୀ ମାନେ ଅପେକ୍ଷା କରି ଥାନ୍ତି। ଛୋଟ ମୋଟ କର୍ମଚାରୀ ମାନେ ଚଢ଼ାଉ ବେଳେ ଯେତିକି ଟଙ୍କା ଜବତ କରନ୍ତି, ସେଥିରୁ କିଛି ଟଙ୍କା ବାଟମାରଣା ମଧ୍ୟ ହୁଏ ବୋଲି ସାଧରଣ ରେ ଚାର୍ଚ୍ଚା ହେଉଛି। ଚୋରୀ ସୁନା ହେଉକି ଜୁଆ ଆଡ୍ଡା ଚଢ଼ାଉ ହେଲେ ବାବୁ ମାନଙ୍କ ଘରେ ଦୀପାବଳୀ ର ମାହୋଲ ଦେଖା ଯାଏ ବୋଲି ଲୋକେ ଥଟା ରେ କୁହନ୍ତି।

ad-week
Leave A Reply

Your email address will not be published.