୨କିଲୋ ୭୨୪ଗ୍ରାମ ସୁନା ନଗଦ ୨୬ ଲକ୍ଷ ୩୮ ହଜାର ଟଙ୍କା ଜବତ

add-all

ବ୍ରହ୍ମପୁର : ବ୍ରହ୍ମପୁର ପୋଲିସ ଆଜି ପ୍ରଶଂସା ର ପାତ୍ର ହୋଇଛି।ଏତେ ବଡ଼ ସଫଳତା ବ୍ରହ୍ମପୁର ପୋଲିସ ଜିଲ୍ଲାରେ ପ୍ରଥମ। ୨କିଲୋ ୭୨୪ଗ୍ରାମ ସୁନା ନଗଦ ୨୬ ଲକ୍ଷ ୩୮ ହଜାର ଟଙ୍କା ଜବତ କରିଛି। ଚୋର ଦଳର ମାଷ୍ଟେର ମାଇଣ୍ଡ ସନିଆ ଗୌଡ଼ କୁ ପୋଲିସ ଧରିବା ପରେ ଏତେ ବଡ଼ ଘଟଣା ର ପର୍ଦ୍ଧାଫାସ ହେଲା। ଏହି ଘଟଣା ରେ ମିଥୁଟ ଫିନାନ୍ସ ମ୍ୟାନେଜର ମୋହନ ପାଢ଼ୀ, ସାନ ବଜାର ବିରାଜ ଗୋଲଡ଼ ଟେଷ୍ଟିଙ୍ଗ ସେଣ୍ଟର ମ୍ୟାନେଜର ସନ୍ତୋଷ ଗାଇକୱାର୍ଡ,ସୁରେନ୍ଦ୍ର ମହାପାତ୍ର କୁ ଗିରଫ କରିଛି। ଏତେ ବଡ଼ ଘଟଣା କୁ ପୋଲିସ ପର୍ଦ୍ଧାଫାସ କରିବା ଯୋଗୁଁ ବ୍ରହ୍ମପୁର ଏସପି ସଦର ଏସଡ଼ିପିଓ ଶିବ ଶଙ୍କର ମହାପାତ୍ର ଓ ତାଙ୍କ ଟିମ କୁ ପ୍ରଶଂସା ପତ୍ର ପ୍ରଦାନ କରିଛନ୍ତି।

ad-week
Leave A Reply

Your email address will not be published.