କେନ୍ଦ୍ର ରେଳ ଓ ବୟନଶିଳ୍ପ ରାଷ୍ଟ୍ର ମନ୍ତ୍ରୀ ଦର୍ଶନା ଯୋରଦଷଙ୍କ ଦୁଇ ଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତ…

add-all

ବ୍ରହ୍ମପୁର : କେନ୍ଦ୍ର ରେଳ ଓ ବୟନଶିଳ୍ପ ରାଷ୍ଟ୍ର ମନ୍ତ୍ରୀ ଦର୍ଶନା ଯୋରଦଷଙ୍କ ଦୁଇ ଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଛି । ୪ ତାରିଖ ଦିନ ଖଲ୍ଲିକୋଟ,କଦୋଳା ଏବଂ ପୋଲସରା ଗସ୍ତ କରି ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମ ସହ ମୋ’ ମାଟି ମୋ’ ଦେଶ କାର୍ଯ୍ୟକ୍ରମରେ ଯୋଗ ଦେବେ । ସଂଧ୍ୟାରେ ଗୋପାଳପୁର ସ୍ଥିତ ହୋଟେଲ୍ ମେ ଫେୟାର୍ ଠାରେ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପଦାଧିକାରୀ ବୈଠକରେ ଯୋଗ ଦେବେ । ୫ ତାରିଖ ଦିନ ଗୋପାଳପୁର ବିଜେପି କୋର୍ କମିଟି ବୈଠକ ସହ ବସ୍ତି ସମ୍ପର୍କ ଅଭିଯାନରେ ସାମିଲ ହେବେ । ପରେ ପାତ୍ରପୁର ଗସ୍ତ କରି ସେଠାରେ ମୋ’ ମାଟି ମୋ’ ଦେଶ କାର୍ଯ୍ୟକ୍ରମରେ ଯୋଗ ଦେବେ । ସେଠାରୁ ଛତ୍ରପୁର ଗସ୍ତ କରି ଆର୍ଯ୍ୟପଲ୍ଲୀ ଠାରେ କୈବର୍ତ୍ତ ସମାଜ (ଫିସରିମେନ୍ କମ୍ୟୁନିଟି) ସହ ବୈଠକ ପରେ ଗଞ୍ଜାମ ଏନ୍ଏସି ଠାରେ “ଜନ ସମ୍ପର୍କ ଅଭିଯାନରେ” ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ଉପସଭାପତି ତଥା ମିଡ଼ିଆ ପ୍ରଭାରୀ ସୁନିଲ କୁମାର ସାହୁ ସୂଚନା ଦେଇଛନ୍ତି ।

ad-week
Leave A Reply

Your email address will not be published.