ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବଙ୍କ ହିଞ୍ଜିଳି ଗସ୍ତ…

add-all

ହିଞ୍ଜିଳିକାଟୁ (୪/୧୦) : ବୁଧବାର ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଯୁଗ୍ମ ସଚିବ ଶୁଭ୍ରାଂଶୁ ମିଶ୍ର ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଗସ୍ତ କରି ନିର୍ମାଣଧିନ ଉନ୍ନୟନ ପ୍ରକଳ୍ପ ଗୁଡିକୁ ବୁଲି ଦେଖିବା ସହ ସମୀକ୍ଷା କରି ଫେରିଛନ୍ତି । ପ୍ରଥମେ ଶେରଗଡ଼ ଗସ୍ତ କରି ଶେରଗଡ ର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିବା ସହ ବିଭାଗୀୟ ଅଧିକାରୀ ଓ ଜନପ୍ରତିନିଧି ନେତୃବୃନ୍ଦ ସହ ଆଲୋଚନା କରିଥିଲେ ।

ସେଠାରୁ ପୌରାଞ୍ଚଳ କାର୍ଯ୍ୟାଳୟ ରେ ପହଞ୍ଚି ହିଞ୍ଜିଳିକାଟୁ ମୁନିସୀପାଲଟି ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ, ହିଞ୍ଜିଳିକାଟୁ ମୁନିସୀପାଲଟି ନିର୍ବାହୀ ଅଧିକାରୀ ଯୁବୁଲି ଚରଣ ବେହେରା ଙ୍କ ସହ ସମସ୍ତ କାଉନସିଲର,ଓ ନେତୃବୃନ୍ଦ ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଆଲୋଚନା କରିଥିଲେ। ବସ ଟର୍ମନାଲ ନିକଟସ୍ଥ ନିର୍ମାଣଧିନ ମାର୍କେଟ କମ୍ପ୍ଲେକ୍ସ ବିଷୟରେ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ଉମାଶଙ୍କର ପାଢି ଙ୍କ ଆଲୋଚନା କରିଥିଲେ। ।

ad-week
Leave A Reply

Your email address will not be published.