ସିଏସପି ପ୍ଲସ ପ୍ରଦାନ କରିବା ସମେତ ୭ଦଫା ଦାବି ନେଇ, ଗଂଜାମ ଜିଲ୍ଲା ମୋ ସେବା ପରିଚାଳକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ

newyr25

ଛତ୍ରପୁର : ସରକାରଙ୍କ ବିଭିନ୍ନ କାର୍ଯ୍ୟକୁ ସମ୍ପାଦକ ନିମନ୍ତେ ଗ୍ରାମ ପଞ୍ଚାୟତ ସ୍ତରରେ ଥିବା ମୋ ସେବା କେନ୍ଦ୍ରକୁ ସରକାର ସମସ୍ତ ଯୋଜନାରେ ସାମିଲ କରିବା ଏବଂ ସରକାରଙ୍କ ଦ୍ୱାରା ନୂତନ ଭାବେ ଦିଆ ଯାଉଥିବା ସିଏସପି ପ୍ଲସ୍ କୁ ମୋ ସେବା କେନ୍ଦ୍ରକୁ ପ୍ରଦାନ କରିବା ସମେତ ୭ଦଫା ଦାବୀ ନେଇ ସୋମବାର ଗଂଜାମ ଜିଲ୍ଲା ମୋ ସେବା କେନ୍ଦ୍ର ପରିଚାଳକ ସଂଘ ପକ୍ଷରୁ ଏକ ଦାବୀ ପତ୍ର ଗଂଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲ।।ପାଳ ଲୀନା କୁମାରୀ ଖେସଙ୍କୁ ପ୍ରଦାନ କରାଯାଇଛି । ଗୋଟିଏ ପଞ୍ଚାୟତରେ କେବଳ ଗୋଟିଏ କେନ୍ଦ୍ର ରଖାଯାଉ, ସମସ୍ତ ଆସବାସ ପତ୍ର ସହ ପଞ୍ଚାୟତରେ ଗୃହ କିମ୍ବା ପଞ୍ଚାୟତର ଯେ କୈାଣସି ସ୍ଥାନରେ ଏକ ସ୍ଥାୟୀ ଅଫିସ ଗୃହ ( ଯଥା- ଟେବୁଲ, ଚେୟାର, ବିଦ୍ୟୁତ୍ ଇନଭେଟର, ଇତ୍ୟାଦି) , ସମସ୍ତ ସରକାରୀ ସର୍ଭିସ ପବ୍ଲିକ୍ ପୋର୍ଟାଲ କୁ ନ ଦେଇ ମୋ ସେବା କେନ୍ଦ୍ର ମାଧ୍ୟମରେ ପ୍ରଦାନ କରନ୍ତୁ , କିଛି ମାତ୍ରାରେ ପାରିଶ୍ରାମିକ ପ୍ରଦାନ କରିବା, ମୋ ସେବା କେନ୍ଦ୍ରରେ ଦିଆଯାଉଥିବା ସର୍ଭିସରରେ ମୋ ସେବା କେନ୍ଦ୍ରର ନାମ ରହୁ ଓ ଏହା ୫-ଟି ଅନ୍ତର୍ଭୁକ୍ତ ଏକ ଯୋଜନା ହୋଇଥିବାରୁ ପ୍ରାଧାନ୍ୟ ଦିଆଯାଉ ବୋଲି ଉକ୍ତ ଦାବୀ ପତ୍ରରେ ଦର୍ଶାଯାଇଛି । ଏହି ଦାବୀ ପତ୍ର ପ୍ରଦାନ ବେଳେ ଗଂଜାମ ଜିଲ୍ଲା ମୋ ସେବା କେନ୍ଦ୍ର ପରିଚାଳକ ସଂଘର ସଭାପତି ସନ୍ତୋଷ କୁମାର ସାହୁ, ସମ୍ପାଦକ ମନୋଜ କୁମାର ସ୍ୱାଇଁ, ଅଜିତ କୁମାର ସାହୁ, ରାମ ଚନ୍ଦ୍ର ଦାଶ, ରବିନ୍ଦ୍ର କୁମାର ବେହେରା, କେ.ଶିବ ଶଙ୍କର ପାତ୍ର, ଟି .ପଞ୍ଚାନନ ରେଡ୍ଡୀ, ବାବୁଲା ସାହୁ, ଜିତେନ୍ଦ୍ର ନାୟକ, ଇଲୁ ଦାଶଙ୍କ ସମେତ ଶତାଧିକ ମୋ ସେବା କେନ୍ଦ୍ରର ପରିଚାଳକ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.