ହେମଗିର ବ୍ଲକ ପରିସରରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ…

add-all

ସୁନ୍ଦରଗଡ଼, ୦୯/୧୦ : ଜିଲ୍ଲା ପ୍ରଶାସନ ଦ୍ବାରା ଆଜି ହେମଗିର ବ୍ଲକ ପରିସର ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ ଏବଂ ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିବାକର ଯୋଗ ଦେଇ ଲୋକଙ୍କର ଅଭିଯୋଗ ଆଦିର ଶୁଣାଣି କରିଥିଲେ।

ଆଜି ମୋଟ ୯୯ ଗୋଟି ଅଭିଯୋଗ ଆସିଥିଲା। ସେଥି ମଧ୍ୟରୁ ୪୨ ଗୋଟି ବ୍ୟକ୍ତିଗତ ଅଭିଯୋଗ ଥିବାବେଳେ ୫୭ ଗୋଟି ସାମୁହିକ ସମସ୍ୟା ଆଦି ରହିଥିଲା। ସେଥି ମଧ୍ୟରୁ ୧୫ ଗୋଟି ଅଭିଯୋଗ ଗୁଡ଼ିକର ତତ୍ କ୍ଷଣାତ ସମାଧାନ କରାଯାଇଥିଲା ଯେଉଁଥିରେ କି ୩ ଗୋଟି ମୁଖ୍ୟ ମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଆର୍ଥିକ ସହାୟତା ନିମନ୍ତେ ଆବେଦନ ରହିଥିଲା। ଆଜିର ଏହି ଅଭିଯୋଗ ଶୁଣାଣି ରେ ମୁଖ୍ୟତଃ ପାନୀୟ ଜଳ ସମସ୍ୟା, ରାସ୍ତା ଘାଟ ମରାମତି, ରାସନ୍ କାର୍ଡ, ମଧୁ ବାବୁ ପେନସନ ଯୋଜନା ଆଦି ରହିଥିଲା।
ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଧୀରେନ୍ଦ୍ର ସେଠୀ, ହେମଗିର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜଗଦୀଶ ମହାନନ୍ଦ ତଥା ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.