ଚୋରି ବାଇକ ସହ ଦୁଇଜଣ ଅଭିଯୁକ୍ତକୁ ଗିରଫ କଲା ଛତ୍ରପୁର ଥାନା ପୋଲିସ…

add-all

ଛତ୍ରପୁର : ଛତ୍ରପୁର ଥାନା ଅଂଚଳ ରେ ଚୋରି ହୋଇଥିବା ଏକ ବାଇକ କୁ ଉଦ୍ଧାର କରିଛି ଛତ୍ରପୁର ଥାନା ପୋଲିସ, ଏଥିରେ ସମ୍ପୃକ୍ତ ଥିବା ଦୁଇଜଣ ଅଭିଯୁକ୍ତ ଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି, ଦୁଇ ଜଣ ଅଭିଯୁକ୍ତ ହେଲେ ବ୍ରହ୍ମପୁର ଖାଜା ସାହି ଅଂଚଳ ର ସେକ ଆସିଫ ଓ ସେକ ସଦାମ ବୋଲି ଜଣାପଡିଛି,ପୋଲିସ କହିବା ଅନୁସାରେ ପୁତି ଗୋପାଳପୁର ଅଂଚଳ ରେ ଗତ ୫ତାରିଖ ଦିନ ଏକ ଓଡି ୦ ୭ ଆର /୬୭୮୬ ନଂ ଏକ ରୟାଲ ଇନଫିଲଡ଼ ବାଇକ ଟି ଚୋରି ହୋଇଥିବା ନେଇ ଫରମାନ ଖାନ ଥାନା ରେ ଏତଲା ଦେଇଥିଲେ, ଏତଲା କୁ ଭିତ୍ତି କରି ଛତ୍ରପୁର ଥାନା ରେ ୬୬୧/୨୩ ନଂ ଏକ ମାମଲା ରୁଜୁ ହୋଇଥିଲା, ଏନେଇ ଛତ୍ରପୁର ଥାନା ଅଧିକାରୀ ନିରୋଦ କୁମାର ଦାଶ ତତ୍ୱବଧାନ ରେ ଏକ ଟିମ ଏହାର ତଦନ୍ତ କରି ଗତକାଲି ବ୍ରହ୍ମପୁର ଖାଜା ସାହି ଅଂଚଳ ରୁ ଦୁଇଜଣ ଅଭିଯୁକ୍ତ ଙ୍କ ସହ ବାଇକ କୁ ଜବତ କରିଥଲା, ପରେ ଆଜି ଦୁଇଜଣ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନା ପକ୍ଷରୁ ସୂଚନା ମିଳିଛି

ad-week
Leave A Reply

Your email address will not be published.