ଘରେ ପଶି ୨୫ ଭରି ସୁନା,୪୦ ଭରି ରୂପା , ନଗଦ ୨୫ ହଜାର ଟଙ୍କା ଚୋରି କଲେ ଦୃର୍ବତ୍ତ…

add-all

ଛତ୍ରପୁର :ଛତ୍ରପୁର ଥାନା ଅନ୍ତର୍ଗତ ତୁଳସୀ ନଗର ୪ର୍ଥ ଲାଇନ ନିବାସୀ କିଶୋର ଚନ୍ଦ୍ର ଗୌଡ଼ଙ୍କ ଘରୁ ବଡ଼ ଧରଣର ଚୋରି ହୋଇଛି । ସୋମବାର ବିଳମ୍ବିତ ରାତିରେ ଦୁର୍ବତ୍ତମାନେ ଘରେ ପଶି ୨୫ ଭରି ସୁନା,୪୦ ଭରି ରୂପା , ନଗଦ୨୫ ହଜାର ଟଙ୍କା ଓ ଏଟିଏମ ,ଆଧାର କାର୍ଡ ସମେତ ଆନ୍ୟନ୍ୟ କାଗଜପତ୍ର ଚୋରୀ କରି ନେଇଯାଇଛନ୍ତି ।ଏ ନେଇ ସେ ମଙ୍ଗଳବାର ସକାଳେ ଛତ୍ରପୁର ଥାନାରେ ଅଭିଯୋଗ କରିଛନ୍ତି । ଏହାର ସୂଚନା ପାଇ ଘଟଣା ସ୍ଥଳରେ ଛତ୍ରପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି, ଏହା ସହିତ ବିଭିନ୍ନ ସ୍ଥାନ ରେ ଲାଗିଥିବା ସି ସି ଫୁଟେଜ ଯାଞ୍ଚ କରୁଛି ପୋଲିସ,ଘରେ ଭିତରେ ପରିବାର ଲୋକେ ଶୋଇଥିଲେ ତଥାପି ଚୋର ଗ୍ୟାଙ୍ଗ ଚୋରି କରିବାରେ ସଫଳ ହୋଇଛି । ଝରକା ଭାଙ୍ଗି ଘର ଭିତରେ ପଶି ଚୋରି କରିଛନ୍ତି ଦୃର୍ବତ୍ତ ମାନେ, ଏଣୁ ପୋଲିସ ରାତ୍ର ସମୟରେ ପେଟ୍ରୋଲିଂକୁ କଡା କଡିକରିବା ନିମନ୍ତେ ଦାବୀ କରିଛନ୍ତି ଅଂଚଳବାସୀ ।

ad-week
Leave A Reply

Your email address will not be published.