ଫୁଲବାଣୀ ସରକାରୀ ଶିଳ୍ପ ତାଲିମ୍ ଅନୁଷ୍ଠାନ ପାଇଁ ସମ୍ମାନ ଆଣିଲେ ଛାତ୍ରୀ ସଙ୍ଗୀତା ପ୍ରଧାନ…

add-all


ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦର ମହକୁମା ସ୍ଥିତ ସରକାରୀ ଶିଳ୍ପ ତାଲିମ୍ ଅନୁଷ୍ଠାନ ପାଇଁ ସମ୍ମାନ ଆଣିଲେ ଛାତ୍ରୀ ସଙ୍ଗୀତା ପ୍ରଧାନ ।ଏହି ଅନୁଷ୍ଠାନରେ ପ୍ଲମ୍ବର୍ ଟ୍ରେଡରେ ପଢୁଥିବା ଛାତ୍ରୀ ସଙ୍ଗୀତା ପ୍ରଧାନ ଅଲ୍ ଇଣ୍ଡିଆ ଟ୍ରେଡ୍ ଟେଷ୍ଟ – ୨୦୨୩ ରେ ସର୍ବଭାରତୀୟ ସ୍ତରରେ ସର୍ବୋଚ୍ଚ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି ।ଏଥିପାଇଁ ନୂଆଦିଲ୍ଲୀର ପ୍ରଜ୍ଞାନ୍ ଭବନରେ ଭାରତ ସରକାରଙ୍କ ଦକ୍ଷତା ବିକାଶ ବିଭାଗ ଦ୍ବାରା ଆୟୋଜିତ ଦ୍ଵିତୀୟ କୌଶଳ ଦୀକ୍ଷାନ୍ତ ସମାରୋହରେ ବିଭାଗୀୟ କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାନପତ୍ର ଦେଇ ଛାତ୍ରୀ ସଙ୍ଗୀତାଙ୍କୁ ପୁରସ୍କୃତ କରିଛନ୍ତି ।ଏହି ଅବସରରେ ଛାତ୍ରୀ ସଙ୍ଗୀତା ନିଶ୍ଚିତ ଭାବେ ଓଡ଼ିଶାର ଅନ୍ୟ ଝିଅମାନଙ୍କ ପାଇଁ ଉଦାହରଣ ଏବଂ ରୋଲ୍ ମଡେଲ୍ ବୋଲି ବର୍ଣ୍ଣନା କରିବା ସହ ଏହା ଆଗାମୀ ଦିନରେ ବୈଷୟିକ ଶିକ୍ଷାକୁ ଅଧିକରୁ ଅଧିକ ଝିଅମାନଙ୍କୁ ଆକର୍ଷିତ କରିବାରେ ସହାୟକ ହେବ ବୋଲି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି । ଏଇ ଖୁସି ଖବର ପାଇବା ମାତ୍ରେ ଶିଳ୍ପ ତାଲିମ୍ ଅନୁଷ୍ଠାନ ର ସମସ୍ତ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଖୁସିରେ ଆନନ୍ଦର ଲହର ଖେଳି ଯାଇଚି। ଏତଦ ଭିନ୍ନ ଶିଳ୍ପ ତାଲିମ୍ ଅନୁଷ୍ଠାନର ଅଧ୍ୟକ୍ଷ ଇଂ ପ୍ରକାଶ ଚନ୍ଦ୍ର ସେଠୀ ମହୋଦୟ ଛାତ୍ରୀ ସଙ୍ଗୀତା ପ୍ରଧାନଙ୍କୁ ଧନ୍ୟବାଦ ଦେବା ସହ ତାଙ୍କର ଉତ୍ତରତର କାମନା କରିଛନ୍ତି । ଏବଂ ଦେବାଶିଷ ବ୍ରହ୍ମା , ଶୃତିରଞନ ଦାସ, ରଶ୍ମୀରଂଜନ ବିଶ୍ୱାଳ ଓ ଟ୍ରେନିଙ୍ଗ ଅଫିସର ନୃସିଂହାନନ୍ଦ ମହାପାତ୍ର ସିଧାପ୍ରସାରଣରେ ସହଯୋଗ କରିଥିଲେ। ସମସ୍ତ ଛାତ୍ର ଛାତ୍ରୀ ଏବଂ ଅବିଭାବକ ମାନଙ୍କୁ ନୃସିଂହାନନ୍ଦ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ad-week
Leave A Reply

Your email address will not be published.