ଜାତୀୟ ସ୍ବେଚ୍ଛାକୃତ ରକ୍ତଦାନ ଦିବସରେ ହିଞ୍ଜିଳିକାଟୁ ର ଜିତୁ ସ୍ବାଇଁ ସମ୍ବର୍ଦ୍ଧିତ

add-all

ହିଞ୍ଜିଳିକାଟୁ (୧୨/୧୦) ବ୍ରହ୍ମପୁର ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ,ବ୍ରହ୍ମପୁର ରକ୍ତ ଭଣ୍ଡାର ତରଫରୁ ରକ୍ତଦାନ ଦିବସରେ ସ୍କୁଲ ଅଫ ନର୍ସିଂ ସମ୍ମିଳନୀ କକ୍ଷ ପରିସରରେ ଵୁଧବାର ଦିନ ଜାତୀୟ ସ୍ଵେଚ୍ଛାକୃତ ରକ୍ତଦାନ ଦିବସ ଅବସରରେ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ବଡ଼ ମେଡ଼ିକାଲ ଅଧ୍ୟକ୍ଷ ପ୍ରଫେସର ସୁଚିତ୍ରା ଦାସଙ୍କ ତତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଡ଼ମେଡ଼ିକାଲ ମୁଖ୍ୟ ପ୍ରଫେସର ଡ଼ଃ ସନ୍ତୋଷ କୁମାର ମିଶ୍ର ଯୋଗଦେଇଥିଲେ।

ଏହି ପ୍ରରିପ୍ରେକ୍ଷିରେ ହିଞ୍ଜିଳିକାଟୁ ପୌରପରିଷଦ ର ଜିତୁ ସ୍ବାଇଁ ଙ୍କୁ ରକ୍ତଦାନ ଶିବିର ରେ ଅଧିକ ସଂଖ୍ୟକ ରକ୍ତ ସଂଗ୍ରହ କରି ସମ୍ଭର୍ଦ୍ଧିତ ହୋଇଛନ୍ତି।ପ୍ରକାଶ ଥାଉକି,ପ୍ରତି ବର୍ଷ ଅକ୍ଟୋବର ୧ ରୁ ସେପ୍ଟେମ୍ବର ୩୦ ସୁଦ୍ଧା ଯେଉଁ ସାମାଜିକ ଅନୁଷ୍ଠାନ ମାନେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରିଥାନ୍ତି,ସେମାନଙ୍କ ମଧ୍ୟରୁ ସର୍ବୋଚ୍ଚ ରକ୍ତ ୟୁନିଟ୍ ସଂଗ୍ରହ କରିଥିବା ଅନୁଷ୍ଠାନ ମାନଙ୍କୁ ରକ୍ତ ଭଣ୍ଡାର ତରଫରୁ ପ୍ରତି ବର୍ଷ ସମ୍ମାନିତ କରାଯାଇଥାଏ।ଏତଦ୍ ଭିନ୍ନ ଅନୁଷ୍ଠାନ ର ବିଭିନ୍ନ ଶାଖାରେ ଆୟୋଜିତ ଶିବିର ମଧ୍ୟରୁ ଚଳିତ ବର୍ଷ ରାଳବ(ହିଞ୍ଜିଳି), କୁରୁଳା(ଶେରଗଡ଼) ଓ କୋଦଳା ଟିମ୍ କୁ ସମ୍ମାନିତ କରାଯାଇଛି।ଏହି ରକ୍ତଦାନ ଦିବସରେ ବ୍ରହ୍ମପୁର ରକ୍ତ ଭଣ୍ଡାର ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ଡ଼ଃ ସବିତା ପୋଲାଇ, ଡ଼ଃ ରଶ୍ମିତା ପାଣିଗ୍ରାହୀ, ସୁଶାନ୍ତ ପାଣିଗ୍ରାହୀ ଓ ରକ୍ତ ଭଣ୍ଡାର ର ସମସ୍ତ ସଦସ୍ୟ ପରିଚାଳନା ରେ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.