ବ୍ରହ୍ମପୁର : ୧୦-୧୧ ଆଜି ଧନତେରାସ ଗଞ୍ଜାମ ଜିଲ୍ଲା ରେ କୋଟି କୋଟି ଟଙ୍କା ର ସୁନା ବ୍ୟବସାୟ ହୋଇଛି। ଜିଲ୍ଲା ର ବ୍ରହ୍ମପୁର, ଆସିକା, ହିଞ୍ଜିଳି, ଭଞ୍ଜନଗର, ବୁଗୁଡ଼ା, ସୋରଡ଼ା, ଶେରଗଡ଼ ଆଦି ଅଞ୍ଚଳ ରେ ଆଜି କୋଟି କୋଟି ଟଙ୍କା ର ବିଭିନ୍ନ କିସମର ସୁନା ଅଳଙ୍କାର ବିକ୍ରି ହେଇଛି। ଆଜି ସୁନା କ୍ରୟ କରିଲେ ଶୁଭ ଓ ମା ଲକ୍ଷ୍ମୀ ଘରକୁ ଆସନ୍ତି ବୋଲି ପରମ୍ପରା ତହିଁଛି। ଏହାକୁ ଆଖି ଆଗରେ ରଖି ବହୁ ସୁନା ଦୋକାନ ରେ ଭିଡ଼ ଦେଖିବାକୁ ମିଳିଛି। ଅଧିକାଂଶ ସୁନା ଦୋକାନୀ ସୁନା କ୍ରୟ ବେଳେ ଭାଟ ବିଲ ନଦେଇ ସାଧା କାଗଜରେ ବିଲ ଦେଉଥିବା ଚର୍ଚ୍ଚା ହେଉଛି। କୋଟି କୋଟି ଟଙ୍କା ର ବ୍ୟବସାୟ ହେଉଥିଲେ ମଧ୍ୟ ସରକାର ଙ୍କ ଲକ୍ଷ ଲକ୍ଷ ଟଙ୍କା ଟିକସ ଫାଙ୍କିବା କଥା ସାଧାରଣ ରେ ଚର୍ଚ୍ଚା ହେଉଛି। ଆଜି ଦିନରେ କୋଟି କୋଟି ଟଙ୍କା ର ସୁନା ବିକ୍ରି ସମ୍ପର୍କ ରେ ଦାୟିତ୍ୱ ରେ ଥିବା ବାବୁ ମାନେ ଜାଣିଛନ୍ତି। କୁଆଡ଼େ ମ୍ୟାଚ ଫିକ୍ସିଙ୍ଗ ଯୋଗୁଁ ଚୁପଚାପ ବସିବାକୁ ବାଧ୍ୟ ହେଉଛନ୍ତି, ବୋଲି ଚର୍ଚ୍ଚା ହେଉଛି। ଏପଟେ ସରକାରୀ ଦରମା ସେପଟେ ବାବୁ ଙ୍କ ପକେଟ ଗରମ ଯୋଗୁଁ ଚଢ଼ାଉ ହେଉନି ବୋଲି ଚର୍ଚ୍ଚା ହେଉଛି। ଏହାର ଫାଇଦା ଉଠାଇ ସୁନା ବ୍ୟବସାୟୀ ମାନେ ଗ୍ରାହକ କୁ ଲୁଟୁଛନ୍ତି, କିଛି ନିମ୍ନ ମାନର ସୁନା ବି ବିକ୍ରି ହେଉଥିବା କୁ ନେଇ ଅଭିଯୋଗ ହେଉଛି ପୁଣି ବିନା Gst ବିଲ ରେ କିଛି ବ୍ୟବସାୟୀ ସୁନା ଓ ରୂପ ବିକ୍ରି କରୁ ଥିବାକୁ ନେଇ ଅଭିଯୋଗ ହେଉଛି, ସବୁ ଜାଣି ପ୍ରଶାସନ ବୋଧେ ଆଜି ଦିନକ ପାଇଁ ଆଖିରେ ଅନ୍ଧ ପୁଟଳି ବାନ୍ଧି ଚୁପ ବସିଛି ବୋଲି ଚର୍ଚ୍ଚା ଜୋର ହେଉଛି l ସତରେ କଣ ପ୍ରଶାସନ ସୁନା ଦୋକାନୀ ମାନଙ୍କୁ ଖୋଲା ଛାଡ଼ିଛି ଗ୍ରାହକ ମାନଙ୍କୁ ଲୁଟି ବାକୁ ବୋଲି ସାଧାରଣ ଓ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି…
