ପନିପରିବା ସାଙ୍ଗକୁ ଆମିଷ ବାଜର ରେ ବି ମାହଙ୍ଗା ମାଡ଼…!

ଅଧିକାରୀ ଙ୍କ କଥା ପ୍ରବଳ କାମ ଦୁର୍ବଳ…!

add-all


ବ୍ରହ୍ମପୁର : ୧୫-୧୧ କାର୍ତ୍ତିକ ମାସ ଏବେ ପୁଷ ମାସ ପାଲଟିଛି ବ୍ୟବସାୟ ମାନଙ୍କ ପାଇଁ। ଆସିକା ରେ ପରିବା ଠାରୁ ଆରମ୍ଭ କରି ଆମିଷ ବଜାର ରେ ମହଙ୍ଗା ମାଡ଼ ରେ ଲୋକେ ଅତିଷ୍ଟ ହେଲେଣି। କାର୍ତ୍ତିକ ମାସ ଓ ସ୍ୱଳ୍ପ ବୃଷ୍ଟି ର ଆଳରେ କେତେକ ବ୍ୟବସାୟୀ ବ୍ରହ୍ମପୁର ଠାରୁ ଅତ୍ୟାଧିକ ଦରରେ ପରିବା ଓ ଚିକେନ ବିକ୍ରି କରୁଥିବା ଅଭିଯୋଗ ହେଉଛି। ଆଉ କେତେକ ବ୍ୟବସୟୀ ଆମିଷ ବିକ୍ରି ବେଳେ ଓଜନ ରେ ଠକେଇ କରୁଥିବା ମଧ୍ୟ ଅଭିଯୋଗ ହେଉଛି। ଦାୟିତ୍ୱ ରେ ଥିବା ଅଧିକାରୀ ଢାଞ୍ଚା ବେଶି କାର୍ଯ୍ୟ କମ ବୋଲି ଚର୍ଚ୍ଚା ହେଉଛି। ଗତ କିଛି ଦିନ ହେଲା ପ୍ରଥମେ ଟମାଟ ଏବେ ପିଆଜ, ପାନିପରିବା ଦର ୬୦ ଟଙ୍କା ରୁ ଉର୍ଦ୍ଧ ଥିବା ବେଳେ ଅଦା ରସୁଣ ମଧ୍ୟ ୧୭୦ ରୁ ଉର୍ଦ୍ଧ ଦରରେ ବିକ୍ରି ହେଉଛି। ଆସିକା ରେ ରାଜନୀତି ବେଶି ଦୁର୍ନୀତି ବିରୋଧ ରେ କାର୍ଯ୍ୟନୁଷ୍ଠାନ ଶୂନ ଲୋକଙ୍କ ସମସ୍ୟା ରେ ସୁଧାରି ବା ରେ ବିଫଳ ବୋଲି ଚର୍ଚ୍ଚା ହେଉଛି। ଏଥିଯୋଗୁଁ ଏଠାକାର ବିଭିନ୍ନ ସମସ୍ୟା ରେ ଲୋକେ ଆଉଟୁ ବାଉଟୁ ହେଉଛନ୍ତି। ଆସିକା ରେ ଦକ୍ଷ ଅଧିକାରୀ ଙ୍କୁ ଆଣିବାରେ ରାଜନୈତିକ ନେତାଙ୍କ ଆନ୍ତରିକତା ର ଅଭାବ ରହିଛି ବୋଲି ବୁଦ୍ଧିଜୀବୀ ମହଲ ରେ ଆଲୋଚନା ହେଉଛି।

ad-week
Leave A Reply

Your email address will not be published.