ଆମ ବ୍ୟାଙ୍କ ଯୋଜନା ଶୁଭାରମ୍ଭ…

add-all


ହିଞ୍ଜିଳିକାଟୁ : , ୨୮।୧୧ ହିଞିଳିକାଟୁ ବ୍ଳକ ଅନ୍ତର୍ଗତ ନନ୍ଦିକ ପଞ୍ଚାୟତ ରେ ମଙ୍ଗଳବାର ଭିସି ମାଧ୍ୟମରେ ଆମ ଵ୍ୟାଙ୍କ ଯୋଜନା ର ଶୁଭାରମ୍ଭ କରିଛନ୍ତି।ଅଞ୍ଚଳରେ ବ୍ୟାଙ୍କ ସେବା ଉପଲବ୍ଧ ନ ଥିବା ଯୋଗୁଁ ପ୍ରସୂତି ମହିଳା ମାନଙ୍କ ଠାରୁ ଆରମ୍ଭକରି ଦିବ୍ୟାଙ୍ଗ ଓ ବିଭିନ୍ନ ଭତ୍ତା ହିତାଧିକାରୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏପରିକି ଅନେକ ସ୍ଥାନରେ ଲୋକେ ସାଧାରଣତଃ ଭତ୍ତା ପାଇଁ ଅଯଥାରେ ଖର୍ଚ୍ଚାନ୍ତ ହେବାକୁ ପଡୁଥିଲା ତେଣୁ ହଜାର ହଜାର ସଂଖ୍ୟାରେ ଲୋକଙ୍କ ସୁବିଧା ଦୃଷ୍ଟି କୋଣରୁ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ସିଏସପି ପ୍ଲସ ନାଁରେ “ଆମ ବ୍ୟାଙ୍କ ଯୋଜନା”ର ଶୁଭାରମ୍ଭ କରିଛନ୍ତି। ଯଦ୍ୱାରା ଗ୍ରାମାଞ୍ଚଳରେ ଥିବା ଲୋକେ ନିଜ ହାତ ପାହାନ୍ତରେ ଏହି ବ୍ୟାଙ୍କ ସେବା ପାଇପାରିବେ। ଏହି ଅବସରରେ ମଙ୍ଗଳବାର ନନ୍ଦିକ ପଞ୍ଚାୟତରେ ସରକାରଙ୍କ ପକ୍ଷରୁ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ସେବା ଯୋଗାଇ ଦିଆଯିବା ସହ ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡରେ ଉଦଘାଟନ କରିଥିଲେ।ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଜିଲ୍ଲା ପରିଷଦ ପ୍ରକଳ୍ପ ଅଧିକାରୀ ଭି କିର୍ତ୍ତିଭାସନ,ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ହିଞିଳିକାଟୁ ବ୍ଳକ ଅଧ୍ୟକ୍ଷ ସରସ୍ଵତୀ ସେଠି, ଉପାଧ୍ୟକ୍ଷ ସୁନିଲ କୁମାର ଗନ୍ତାୟତ, ଜିଲ୍ଲା ପରିଷଦ ସଭ୍ୟ ଏ ସୁଦର୍ଶନ, ଵିଜେଡି ନେତା ଡି ବିଶ୍ଵନାଥ, ଜିଲ୍ଲା ପରିଷଦ ସଭ୍ୟା ପ୍ରିତି ସାହୁ, ହିଞିଳିକାଟୁ ବିଡ଼ିଓ ସୁବ୍ରତ କୁମାର ଜେନା, ବ୍ଳକ ର ଵହୁ ସରପଞ୍ଚ , ସମିତି ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ସ୍ଥାନୀୟ ବ୍ୟାଙ୍କ ଶାଖା ପରିଚାଳକ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଶହ ଶହ ସଂଖ୍ୟାରେ ସ୍ଥାନୀୟଲୋକ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.